ଏସଆଇ ପରୀକ୍ଷା କେଳେଙ୍କାରୀ : ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ
ଭୁବନେଶ୍ୱର : ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ । ଅଭିଯୁକ୍ତ ସାଗର କୁମାର ଗୌଡକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଦୀଘା ମଡ୍ୟୁଲର ଦାୟିତ୍ୱରେ ସାଗର ଥିବା ସୂଚନା ମିଳିଛି । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର । ଅନ୍ୟପଟେ ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ସିବିଆଇ ଦ୍ୱାରା କରାଯିବ । ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି ।