ଏସସି -ଏସଟିଙ୍କ ଉତଥାନ ଜରୁରୀ : ମୁଖ୍ୟମନ୍ତ୍ରୀ
ନିକଟରେ ନିଟ୍ ପାସ୍ କରିଥିବା ଦିଦାୟୀ ଆଦିବାସୀ ଝିଅଙ୍କୁ ଭେଟିଥିଲେ । ଆମର ବର୍ତ୍ତମାନ ଭଲ ଅଛି , ଭବିଷ୍ୟତ ବି ଭଲ ରହିବ । ପଲ୍ଲୀଠୁ ନେଇ ଦିଲ୍ଲୀଯାଏଁ ସାମ୍ବିଧାନିକ ବ୍ୟବସ୍ଥା ଚାଲିଛି । ହଜାର ହଜାର ବର୍ଷ ଧରି ଆମେ ଉତ୍ପୀଡନ ସହିଥିଲୁ । ଅସ୍ପୃଶ୍ୟତାର ଶିକାର ହୋଇଥିଲୁ । କିନ୍ତୁ ସମ୍ବିଧାନ ଆମକୁ ଅଧିକାର ଦେଲା । ଆମେ ସଶକ୍ତିକରଣ ନହେଲେ ଯେତେ ଯୋଜନା କଲେ ବି ସୁଫଳ ମିଳିବନି । ଆମର ଉତଥାନ ନହେବା ଯାଏଁ ରାଜ୍ୟର ବିକାଶ ହୋଇପାରିବ ନାହିଁ । ଆମ ସରକାର ଏସସି-ଏସଟି ବିଭାଗ ବଜେଟ ୬୮,୮୮୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ୧୪ଜିଲ୍ଲାର ୩ଲକ୍ଷ ପିଭିଟିଜି ବର୍ଗଙ୍କୁ ପିଏମ ଜନମନରେ ସାମିଲ୍ କରାଯାଇଛି । ଆଦିବାସୀଙ୍କ ପାଇଁ ଫରେଷ୍ଟ ପ୍ରୋସେସିଙ୍ଗ ୟୁନିଟ୍ କରାଯିବ । ୧୫ଟି ଏକଲବ୍ୟ ବିଦ୍ୟାଳୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୫ଲକ୍ଷ ବିଦ୍ୟାର୍ଥୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି । ସମସ୍ତ ଜନଜାତି ଭାଷାରେ ଶିକ୍ଷାଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।