ଐତିହ୍ୟ ତାଲିକାରେ ହୀରକ ତ୍ରିଭୂଜ

ଭାରତ ହେଉଛି ପ୍ରାଚୀନ ସଭ୍ୟତାର ଏକ ମହାନ୍‌ ଦେଶ । ବିଭିନ୍ନ ସମୟରେ ବିଭିନ୍ନ ଧର୍ମଏଠାରେ ମୁଣ୍ଡ ଟେକିଛି ଏବଂ ପରବର୍ତ୍ତୀ ସମୟରେ ସେସବୁ ବିଶ୍ୱର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଛି । ଏକଦା ବୌଦ୍ଧ ଧର୍ମ ଭାରତରେ ଅତ୍ୟନ୍ତ ଲୋକପ୍ରିୟ ଥିବାବେଳେ ଏହାର ଅନେକ ଉନ୍ନତ ପରମ୍ପରା ଏବଂ ସମୃଦ୍ଧ ଜୀବନଶୈଳୀର ଐତିହାସିକ ସାକ୍ଷୀ ଦେଶର ବିଭିନ୍ନ ସ୍ଥାନରେ ରହିଛି । ଏକଥା କୁହାଯାଏ ଯେ ବୌଦ୍ଧ ଧର୍ମ ଓଡ଼ିଶାରୁ ହିଁ ବିସ୍ତାରିତ ହୋଇଥିଲା । ତେଣୁ ଓଡ଼ିଶା ବୌଦ୍ଧ ଧର୍ମର ଏକ ସମୃଦ୍ଧ ସ୍ଥଳୀରେ ପରିଣତ ହୋଇଥିବାର ଅନେକ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ବାହାରିଲାଣି । ଓଡ଼ିଶାର ଯାଜପୁର ଜିଲ୍ଲାରେ ଉଦୟଗିରି ଏବଂ ରତ୍ନଗିରି, କଟକ ଜିଲ୍ଲାର ଲଳିତଗିରି ବୌଦ୍ଧ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣସ୍ଥାନ ଥିଲା । ଏହି ତିନୋଟି ସ୍ଥାନ ପରସ୍ପର ଠାରୁ ଅଳ୍ପ ଦୂର ମଧ୍ୟରେ ଅବସ୍ଥିତ ଏବଂରାଜ୍ୟ ଓ କେନ୍ଦ୍ରସରକାର ଏହି ତିନିଟି ବୌଦ୍ଧସ୍ଥଳୀକୁ ଅତ୍ୟନ୍ତ ପ୍ରାଚୀନ ଏବଂସମୃଦ୍ଧ ପ୍ରତ୍ନତାତ୍ତ୍ୱିକସ୍ଥାନ ଭାବରେ ଗୁରୁତ୍ୱ ଦେଇଛନ୍ତି । ଏହି ତିନିଟି ସ୍ଥାନକୁ ନେଇ ରାଜ୍ୟ ସରକାର ହୀରକ ତ୍ରିଭୂଜ ବୋଲି ନାମ ଦେଇଛନ୍ତି ଏବଂ କେନ୍ଦ୍ର ସରକାର ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ଏହା କେବଳ ବୌଦ୍ଧ ଧର୍ମାମ୍ବଲମ୍ବୀମାନଙ୍କ ପାଇଁ ନୁହେଁ; ବରଂ ସମଗ୍ର ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ।

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବାକୁ ପ୍ରସ୍ତାବିତ ନାମ ଗୁଡ଼ିକର ଏକ ତାଲିକା ପ୍ରକାଶ କରାଯାଏ । ସେଗୁଡିକ ସିରିଏଲ୍‌ ନୋମିନେସନ୍‌ ଭାବରେ ପରିଚିତ । ତେବେ ୟୁନେସ୍କୋର ସିରିଏଲ୍‌ ନୋମିନେସନ୍‌ରେ ଓଡ଼ିଶାର ହୀରକ ତ୍ରିଭୂଜ ସ୍ଥାନ ପାଇଛି । ତେଣୁ ଭବିଷ୍ୟତରେ ଏହା ବିଶ୍ୱ ଐତିହ୍ୟର ମାନ୍ୟତା ପାଇବାକୁ ଯାଉଛି ବୋଲି କୁହାଯାଇପାରେ । 

ଐତିହାସିକମାନଙ୍କ ମତରେ ଏହି ହୀରକ ତ୍ରିଭୂଜ ଏବଂ ବୌଦ୍ଧ ଧର୍ମର ଏହି ସମୃଦ୍ଧ ସ୍ଥଳୀ ତିନିଟିର ବିକାଶ ପଞ୍ଚମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀରେ ଘଟିଥିଲା । ଏହି ସ୍ଥଳ ତିନିଟିକୁ ନିଜେ ନଦେଖିଲେ କେହି କେବେ ହେଲେ ସମୃଦ୍ଧ ବୌଦ୍ଧ ଧର୍ମର ପରମ୍ପରାକୁ ବିଶ୍ୱାସ କରିପାରିବ ନାହିଁ । ତେବେ ୟୁନେସ୍କୋ ଏହି ହୀରକ ତ୍ରିଭୂଜକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବାକୁ ପ୍ରସ୍ତାବିତ ନାମ ଗୁଡ଼ିକର ଏକ ତାଲିକା ପ୍ରକାଶ କରାଯାଏ । ସେଗୁଡିକ ସିରିଏଲ୍‌ ନୋମିନେସନ୍‌ ଭାବରେ ପରିଚିତ । ତେବେ ୟୁନେସ୍କୋର ସିରିଏଲ୍‌ ନୋମିନେସନ୍‌ରେ ଓଡ଼ିଶାର ହୀରକ ତ୍ରିଭୂଜ ସ୍ଥାନ ପାଇଛି । ତେଣୁ ଭବିଷ୍ୟତରେ ଏହା ବିଶ୍ୱ ଐତିହ୍ୟର ମାନ୍ୟତା ପାଇବାକୁ ଯାଉଛି ବୋଲି କୁହାଯାଇପାରେ । ବିଶ୍ୱ ଐତିହ୍ୟ ତାଲିକାର ମାନ୍ୟତା ପାଇଲେ ଏଠାକୁ ସମଗ୍ର ବିଶ୍ୱର ପର୍ଯ୍ୟଟକମାନେ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ । ବିଶ୍ୱ ପର୍ଯ୍ୟଟନ ଦୃଷ୍ଟିରୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ସ୍ଥାନୀୟ ଅଞ୍ଚଳରେ ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ନିମିତ୍ତ ଅନେକ ପ୍ରକାରର ସହାୟକ ହୋଇଥାଏ । କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରକୁ ମଧ୍ୟ ୟୁନେସ୍କୋ ମାନ୍ୟତା ଏକ ସମ୍ମାନ ଭଳି କାମ କରେ । ବିଭିନ୍ନ ସ୍ଥାନରେ ଏହି ହୀରକ ତ୍ରିଭୂଜକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ଲାଗି ବିଭିନ୍ନ ମଞ୍ଚରେ ଓଡ଼ିଶା ସରକାର ତଥା କେନ୍ଦ୍ରସରକାର ଦାବି କରି ଆସୁଛନ୍ତି । ବର୍ତ୍ତମାନ ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କ ଏହି ଦାବି ପୂରଣ ହେବାକୁ ଯାଉଛି । ବୌଦ୍ଧ ଧର୍ମରସମୃଦ୍ଧ ପରମ୍ପରା ଉପରେ ଗବେଷଣା କରୁଥିବା ଗବେଷକମାନେ ଏହି ଖବରରେ ଆନନ୍ଦ ପ୍ରକାଶ କରିଛନ୍ତି । ତେବେ ଏହାର ସୁରକ୍ଷା ନେଇ ବିଭିନ ୍ନସମୟରେ ପ୍ରଶ୍ନବାଚୀ ଉଠିଥାଏ । ଏହି ତିନି ଐତିହ୍ୟ ସ୍ଥଳକୁ ଜବରଦଖଲରୁ ମୁକ୍ତ କରିବା, ଅଧିକ ଖନନ ନିମିତ୍ତ ସ୍ଥାନୀୟ ଗ୍ରାମବାସୀମାନଙ୍କର ପୂର୍ଣ୍ଣ ସହଯୋଗ ଲୋଡ଼ିବା, ସୁରକ୍ଷା ଦୃଷ୍ଟିରୁଏହାକୁ ଆର୍ନ୍ତଜାତିକ ଚୋରଙ୍କ ଠାରୁ ସୁରକ୍ଷିତ ରଖିବା ଭଳି ଅନେକ କିଛି କାର୍ଯ୍ୟକରିବା ପାଇଁସରକାରଙ୍କ ନିକଟରେ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ।  ସ୍ୱର୍ଣ୍ଣ ତ୍ରିଭୂଜ ଓଡ଼ିଶାର ଏକ ଗୌରବଶାଳୀ ପରମ୍ପରାରର ମୂକସାକ୍ଷୀ । ରାଜ୍ୟ ସରକାର ମଧ୍ୟ ଏଭଳି ଏକ ଅବସରର ସୁଯୋଗ ନେଇ ଏହାର ବିକାଶ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିଲେ ଏହିସ୍ଥାନର ଗୁରୁତ୍ୱ ଆହୁରି ବଢ଼ିଯିବ ।