ଓକିଲ ସଂଘ ପକ୍ଷରୁ ବୃକ୍ଷ ରୋପଣ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ବେଲତଳ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଓକିଲ ସଂଘ ସଭାପତି ସୂର୍ଯ୍ୟରଞ୍ଜନ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି, ସବ୍ଜଜ ଅପୂର୍ବା ମହାନ୍ତି, ଜେ ଏମ୍ଏଫ୍ସି ବିଦୁ୍ୟତଲତା ପ୍ରଧାନ ଓ ଡିକେ ବାଲକ୍ରିଷ୍ଣନ, ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ, ଉପସଭାପତି ସୁରେଶ ନରେନ୍ଦ୍ର ଯୁଗ୍ମ ସମ୍ପାଦକ ମନୋଜ ମହାନ୍ତି ପ୍ରକାଶ ପାତ୍ର, ପ୍ରମୋଦ ବିଶ୍ୱାଳ ପ୍ରମୋଦ ସାହୁ, ଧୀରେନ୍ଦ୍ର ସାହୁ, ଭବାନୀ ପଣ୍ଡା, ବିଜୟ ରାଉତ, ଗୋପୀନାଥ ତ୍ରିପାଠୀ, ଅଶ୍ୱିନୀ ବେହେରା, ସତ୍ୟ ପ୍ରକାଶ ନାୟକ, ଗୟାଚାନ୍ଦ ପରିଡା କାଉନସିଲର ଗୋପୀବଲ୍ଲଭ ନାୟକ ସମାଜସେବୀ ଉମାବଲ୍ଲଭ ନାୟକ, ବହୁ ଆଇନଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ସମାଜସେବୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏଇ ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ।