ଓଡିଶା ଗସ୍ତରେ ସିଜିଆଇ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ 

ଓଡିଶା ଗସ୍ତରେ ସିଜିଆଇ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ 

କଟକ  : ରବିବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜିଆଇ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗ୍ରସ୍ତ । କଟକରେ ଥିବା ଶହୀଦ ଭବନ ପରିସରରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରର ଆଲୋଚନାଚକ୍ରରେ ଯୋଗଦେବେ । ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଏହି ଆଲୋଚନାଚକ୍ର ଆୟୋଜନ କରାଯିବ । ଏହି ଆଲୋଚନାରେ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ସମ୍ବନ୍ଧରେ  ପ୍ରଧାନ ବିଚାରପତି ତାଙ୍କର ମତ ପୋଷଣ କରିବେ । ଆଲୋଚନା ଚକ୍ରରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ, ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଷ୍ଟେଟ ବାର କାଉନସିଲ ଅଧକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ପ୍ରମୁଖ ଯୋଗ ଦେବେ । ଉକ୍ତ ଦିନ ରାଜ୍ୟର ବରିଷ୍ଠ ଆଇନଜୀବୀ ଯେଉଁମାନେ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଓକିଲାତି ପେସାରେ ନିୟୋଜିତ ଅଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।