ଓଡିଶା ସ୍କୁଲ କଲେଜ ଶିକ୍ଷକଙ୍କ ଧାରଣା
ଛତ୍ରପୁର : ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ସମସ୍ତେ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଠାରୁ ଏକ ଶୋଭାଯାତ୍ରାରେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ପହଁଚିଥିଲେ, ସେଠାରେ ଧାରଣା ରେ ବସିଥିଲେ,ପରେ ଏକ ଟିମ ଓଡିଶା ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟ ରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲରେ ଶୁନ୍ୟ ପଡ଼ିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦବୀ ପୂରଣ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳି ସହ ପେନ୍ସନ୍ ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ସମ୍ପର୍କ ରେ ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଛି, ଏହି ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ସନ୍ତୋଷ ଜେନା, ଜିଲ୍ଲା ସମ୍ପାଦକ ବିଜୟ ବେହେରା, ଛତ୍ରପୁର ବ୍ଲକ୍ ସଭାପତି ଦଣ୍ଡପାଣି ଶତପଥି, ଗଞ୍ଜାମ ବ୍ଲକ ସଭାପତି ରାମ ଚନ୍ଦ୍ର ପଲାଇ ଏବଂ ଧୀରେନ୍ଦ୍ର ଶତପଥିଙ୍କ ସମେତ ସଂଘ ଶତାଧିକ ସଦସ୍ୟ ମାନେ ଉପସ୍ଥିତ ଥିଲେ ।