ଓପି ଜିନ୍ଦଲଙ୍କ ୯୫ତମ ଜନ୍ମବାର୍ଷିକୀ ପାଳିତ

  ଅନୁଗୁଳ:  ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଏହାର ଦୂରଦର୍ଶୀ ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୯୫ତମ ଜନ୍ମବାର୍ଷିକୀ ବେଶ ଆଗ୍ରହ ଓ ଉସôାହର ସହ ପାଳନ କରାଯାଇଛି । ଶିଳ୍ପ ସ୍ୱାବଲମ୍ବନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ବାଉଜୀଙ୍କ ଐତିହ୍ୟକୁ ମନେ ପକାଇ ଅନୁଗୁଳ ପ୍ଲାଣ୍ଟ ଏବଂ ଟାଉନସିପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଏକାଧିକ ସ୍ମାରକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ କର୍ମଚାରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ସ୍ୱାସ୍ଥ୍ୟ ଓ ଫିଟନେସକୁ ପ୍ରୋସôାହିତ କରିବା ପାଇଁ ଜିନ୍ଦଲ ନଗରରେ ନୂତନ ଭାବରେ ବିକଶିତ ହୋଇଥିବା ସୁଇମିଂ ପୁଲକୁ ଉସôର୍ଗ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଜିନ୍ଦଲ,  କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଜିନ୍ଦଲ ନଗରରେ ଉପଲବ୍ଧ ଏହି ସୁବିଧାର  ଲାଭ ଉଠାଇ ସୁସ୍ଥ ରହିବାକୁ ଓ ଡାକ୍ତରଙ୍କଠାରୁ ଦୂରରେ ରହିବାକୁ ଉସôାହିତ କରିଥିଲେ । ବାପା  ଓ.ପି. ଜିନ୍ଦଲଙ୍କୁ ସ୍ମରଣ କରି ନବୀନ ଜିନ୍ଦଲ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ,"ବାଉଜୀ, ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ କେବଳ ଜଣେ ମହାନ ଶିଳ୍ପପତି ନଥିଲେ ବରଂ ସେ ଜଣେ ପ୍ରକୃତ କର୍ମଯୋଗୀ, ଜନସେବକ, ସମାଜ ସଂସ୍କାରକ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତର ଏକ ଦୂରଦୃଷ୍ଟିସମ୍ପନ୍ନ ବାର୍ତ୍ତାବାହକ ମଧ୍ୟ ଥିଲେ । ତାଙ୍କ ଚିନ୍ତାଧାରା, ମୂଲ୍ୟବୋଧ ଏବଂ ନୀତି ଆଜି ମଧ୍ୟ ଆମକୁ ମାର୍ଗଦର୍ଶନ କରିଆସୁଛି । ତାଙ୍କ ଜନ୍ମବାର୍ଷିକୀରେ, ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।’
ଉପାଧ୍ୟକ୍ଷ ଭି. ଆର. ଶର୍ମା ନବୀନ ଜିନ୍ଦଲ ସ୍କିଲ୍ ସେଣ୍ଟର ଫର ଆଡଭାନ୍ସଡ୍ ୱେଲ୍ଡିଂ ଟେକ୍ନୋଲୋଜିର ଉଦଘାଟନ କରିଥିଲେ  । ଏହି କେନ୍ଦ୍ର ମଧ୍ୟରେ ବର୍ତ୍ତମାନ କମ୍ପାନୀରେ କାର୍ଯ୍ୟକରୁଥିବା ଶ୍ରମଜୀବୀମାନେ ସେମାନଙ୍କ କାର୍ଯ୍ୟ କୁଶଳତା ବୃଦ୍ଧି କରିପାରିବେ । ଜିନ୍ଦଲ ଷ୍ଟିଲର ଅନୁଗୁଳ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ପଙ୍କଜ ମାଲହାନ ଏବଂ  କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ(ପ୍ରକଳ୍ପ) ଦାମୋଦର ମିତ୍ତଲଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ, କର୍ମଚାରୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର ଗ୍ରାମବାସୀମାନେ ଇସ୍ପାତ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ଅପରାହ୍ନରେ ବହୁ ପ୍ରତୀକ୍ଷିତ ଜିଲ୍ଲାସ୍ତରୀୟ ଓ.ପି. ଜିନ୍ଦଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଗୁଳର କଦମ ପଡ଼ିଆରେ ଉଦ୍ଘାଟିତ ହୋଇଥିଲା । ସାମାଜିକ ଦାୟିତ୍ୱ ପ୍ରତି ଏହାର ପ୍ରତିବଦ୍ଧତା ପ୍ରଦର୍ଶନ କରି ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ ଏହି ଅବସରରେ ଜିଲ୍ଲାର ଅନେକ ବୃଦ୍ଧାଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଓ.ପି. ଜିନ୍ଦଲ ସ୍କୁଲ ଏବଂ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ବାଉଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସାମୂହିକ ପ୍ରାର୍ଥନା କରିଥିଲେ ।