ଓସଡ଼ମା' ପକ୍ଷରୁ ପ୍ରଶିକ୍ଷଣ ତାଲିମ 

 ରାଜନଗର : ରାଜନଗର ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି  । ବିଦ୍ୟାଳୟରେ ସିଭିଲ ଡିଫେନ୍ସ ଓ ଆପଦ ମିତ୍ର ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଜରୁରୀ କାଳୀନ ଓ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଓସଡ଼ମାର ମାଷ୍ଟର ଟ୍ରେନର ସମୀର କୁମାର ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯୟ ପୂର୍ବର ପ୍ରସ୍ତୁତି ଓ ବିପର୍ଯ୍ୟୟ ଉପରେ ମୌଳିକ ଧାରଣା, ବନ୍ୟା ସମୟରେ ସତର୍କତା ଓ ବ୍ରଜପାତ ସମୟରେ କଣ କରିବା କଣ କରିବା ନାହିଁ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଶିବିରରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।