ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଏକ ଐତିହାସିକ ପଦକ୍ଷେପ 

ଭୁବନେଶ୍ୱର:  ଭାରତବର୍ଷର ପ୍ରଥମ ଭାଷା ଭିତ୍ତିକ ରାଜ୍ୟରେ ମାତୃଭାଷାରେ ବିଦ୍ୟାଳୟ ଗୁଡିକରେ ପାଠ ପଢେଇବାପାଇଁ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦେଲେ ମୋହନ ସରକାର । ଯେତେବେଳେକି ଓଡ଼ିଶାର ସମସ୍ତ ବିଦ୍ୟାଳୟ ଗୁଡିକରେ ସଂସ୍କୃତ, ହିନ୍ଦୀ, ତେଲଗୁ, ଇଂରାଜୀ ଓ ଉର୍ଦ୍ଧୁ ଶିକ୍ଷକ ନିଯୁକ୍ତି ପାଉଥିଲେ । ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ସମ୍ଭବ ନଥିଲା ।  ତୁରନ୍ତ ଏହାର ସମାଧାନ ପାଇଁ ବିଜେପିର ବରିଷ୍ଠ ପ୍ରବକ୍ତା ପ୍ରଫେସର ପୂର୍ଣଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଡ଼. ଇନ୍ଦ୍ରମଣି ସାହୁ , ଭାଷା ଆନେ୍ଦାଳନର ଆବାହକ ପବିତ୍ର ମହାରଥା, ଓଡ଼ିଆ ସମ୍ମାନ ଛାତ୍ର ସଂସଦର ଡ଼.ଗୀତାଞ୍ଜଳୀ ସାହୁ, ଡ଼.ସୁମନ୍ତ କୁମାର ଭୋଇ, ସୌଭାଗ୍ୟମୟୀ ସେଠୀ ପ୍ରମୁଖ ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଆଲୋଚନା କରିବାରୁ ସେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶୃତି ଦେଇଥିଲେ । ଏନେଇ ପ୍ରଥମ ଥର ପାଇଁ ଉଚ୍ଚÿ ମାଧ୍ୟମିକ ସ୍କୁଲ ଗୁଡିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବା ପାଇଁ ବିଜ୍ଞପ୍ତି ସଂଖ୍ୟା - ୨୯୬୪୨ ତା /୨୮/୧୧/୨୦୨୪ରିଖରେ ପ୍ରକାଶ ପାଇଛି ।  ଏଥିପାଇଁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସମ୍ମାନ ଛାତ୍ରସଂସଦର କର୍ମକର୍ତ୍ତା ସଭାପତି  କୋଷାଧକ୍ଷ କମଳ ଲୋଚନ ଦାସ, ଡ଼. ତରୁଣ ସା, ସୂର୍ଯ୍ୟକାନ୍ତ ସାହୁ , ସଞ୍ଜୟ ସାହୁ, ବିଷ୍ନୁପ୍ରିୟା ପତି, ଦମୟନ୍ତୀ କିଷାନ, ସସ୍ମିତା ଦାସ, ସୂର୍ଯ୍ୟନାରାୟଣ ସାହୁ, ସତ୍ୟଜିତ ରାଉତ, ସୁନାଥ କହ୍ନର, ଗୌତମ ଲେଙ୍କା,ଶୁଭମ ଦାସଙ୍କ ସମେତ ଭାଷା ଆନେ୍ଦାଳନ ଆବାହକ ପବିତ୍ର ମହାରଥା, ସାରଦା ପ୍ରସାଦ ମହାପାତ୍ର, ଡମ୍ବୁରଧର ହରଣସିଂହ ଏବଂ ଉକôଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ପ୍ରମୁଖ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି । ତାସହିତ ବିଜେପି ପରିଚାଳିତ ମୋହନ ସରକାର ଓ ସଚିବ ଶାଳିନୀ ପଣ୍ଡିତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି ।