‘ଲୋରେଞ୍ଜୋ ସର୍ଚ୍ଚ ଫର ଦି ମିନିଂ ଅଫ ଲାଇଫ’କୁ ଜେସିବି ପୁରସ୍କାର

 ଭୁବନେଶ୍ୱର : ସ୍ପିକିଂ ଟାଇଗର ବୁକ୍ସ ପକ୍ଷରୁ ପ୍ରକାଶିତ ଉପମାନୁ ଚାଟାର୍ଜୀଙ୍କ ‘ଲୋରେଞ୍ଜୋ ସର୍ଚ୍ଚ ଫର୍ ଦି ମିନିଙ୍ଗ୍ ଅଫ୍ ଲାଇଫ୍' ୨୦୨୪ ମସିହାରେ ସାହିତ୍ୟ ପାଇଁ ଜେସିବି ପୁରସ୍କାର ବିଜେତା ହେବା ସହ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି । ବଲ୍ଲଭଗଡସ୍ଥିତ ଜେସିବି ଇଣ୍ଡିଆ ମୁଖ୍ୟାଳୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀର କଳାକାର ଯୋଡିଥୁକ୍ରାଲ ଓ ତାଗ୍ରାଙ୍କ ପ୍ରତିମୂର୍ତ୍ତି ‘ମିରର ମେଲଟିଂ' ଶୀର୍ଷକ ଏହି ସମ୍ମାନଜନକ ଟ୍ରଫି ଉପମାନୁ ଚାଟାର୍ଜୀଙ୍କୁ ପ୍ରଦାନ କରାଯାଇଥିଲା । ଜେସିବି ଇଣ୍ଡିଆର ସିଇଓ ତଥା ଏମ୍ଡି ଦୀପକ ସେଠୀ ଜେସିବିର ଅଧ୍ୟକ୍ଷ ଲର୍ଡ ବାମଫୋର୍ଡଙ୍କ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଦୀପକ ସେଠୀ କହିଛନ୍ତି, ଭାରତୀୟ ସାହିତ୍ୟର ଭାରତୀୟତାକୁ ପାଳନ କରିବା ଉଦେ୍ଦଶ୍ୟରେ ଲର୍ଡ ବାମଫୋର୍ଡଙ୍କ ଦ୍ୱାରା ସାହିତ୍ୟ ପାଇଁ ଜେସିବି ପୁରସ୍କାରର ପରିକଳ୍ପନା କରାଯାଇଥିଲା । ବର୍ଷ ବର୍ଷ ଧରି ଏହି ପୁରସ୍କାର କିଛି ସାମଗ୍ରିକ କୃତିକୁ ଆକର୍ଷିତ କରିଛି । ସମଗ୍ର ଜେସିବି ପରିବାର ପକ୍ଷରୁ ଉପମନୁ୍ୟ ଚାଟାର୍ଜୀଙ୍କ ଲୋରେଞ୍ଜୋ ଜୀବନର ଅର୍ଥ ଖୋଜିବା ପାଇଁ ଅଭିନନ୍ଦନ ।