ବିଜ୍ଞାନ ସଂସଦ ବାର୍ଷିକୋତ୍ସବ

 ପଟ୍ଟାମୁଣ୍ଡାଇ:  ପଟ୍ଟାମୁଣ୍ଡାଇ କଲେଜ ବିଜ୍ଞାନ ସଂସଦ ବାର୍ଷିକୋସôବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଉସôବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ଅରବିନ୍ଦ ଦାଶ ଓ ମୁଖ୍ୟବକ୍ତା ଭାବେ ଡ. ମାନସ ରଞ୍ଜନ ବେହେରା ଯୋଗ ଦେଇଥିଲେ । ବିଜ୍ଞାନ ସଂସଦ ଉପସଭାପତି ଡ. ଦୁଃଶାସନ ପରିଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗଣିତ ବିଭାଗ ମୁଖ୍ୟ ଅରବିନ୍ଦ ପାଣ୍ଡବ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଉସôବରେ ପ୍ରାଧ୍ୟାପକ ଡ. ସୁନୀଲ ପ୍ରଧାନ, ଡ. ରମେଶ କୁମାର ସାହୁ କ୍ୟାପଟେନ ମନୋଜ ପରିଡା, ଡ. ଫକୀର ପ୍ରଧାନ, ପ୍ରମୋଦ ସ୍ୱାଇଁ, ସରୋଜିନୀ ମିଶ୍ର,  କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।