ଓଡ଼ିଶା ଆସିବେ ଜଷ୍ଟିସ୍ ପାଠକ : ୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି


ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ :  ସୁପ୍ରିମକୋର୍ଟ କଲେଜିୟମ୍ ୨୧ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ୍ କରିଛନ୍ତି  । ଗତକାଲି କଲେଜିୟମ୍ ବୈଠକ ପରେ ଏହି ସୁପାରିଶ୍ କରାଯାଇଛି  । ଗୌହାଟୀ ହାଇକୋର୍ଟର ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି  । ଜଷ୍ଟିସ୍ ସୁଜୟ ପାଲଙ୍କୁ ତେଲେଙ୍ଗାନାରୁ କୋଲକାତା ହାଇକୋର୍ଟ, ଜଷ୍ଟିସ୍ ଭି କାମେଶ୍ୱର ରାଓଙ୍କୁ କର୍ଣ୍ଣାଟକରୁ ଦିଲ୍ଲୀ ହାଇକୋର୍ଟ ଏବଂ ଜଷ୍ଟିସ୍ ଲାନସୁଙ୍ଗକମ ଜମିରଙ୍କୁ ଗୌହାଟୀରୁ କୋଲକାତା ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ୍ କରାଯାଇଛି  । ସେହିପରି ଜଷ୍ଟିସ୍ ନୀତିନ ୱାସଦେଓ ସାମ୍ବରେଙ୍କୁ ବମ୍ବେରୁ ଦିଲ୍ଲୀ ହାଇକୋର୍ଟ, ଜଷ୍ଟିସ୍ ଅଶ୍ୱନୀ କୁମାର ମିଶ୍ରଙ୍କୁ ଆହ୍ଲାବାଦରୁ ପଞ୍ଜାବ ଏବଂ ହରିୟାନା ହାଇକୋର୍ଟ, ଜଷ୍ଟିସ୍ ସୁମନ ଶ୍ୟାମଙ୍କୁ ଗୌହାଟୀରୁ ମୁମ୍ବାଇ ହାଇକୋର୍ଟକୁ ବଦଳି କରାଯାଇଛି  । ପ୍ରଧାନ ବିଚାରପତି ବିଆର ଗଭାଇଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା  ।