ଓଡ଼ିଶା ରଗବୀ ଦଳରେ ଯାଜପୁରର ସୌମ୍ୟ ଓ ଅଜୟ 

 ଦଶରଥପୁର: ଉତରାଖଣ୍ଡ ରେ ଆୟୋଜିତ ହେଉଥିବା ୩୮ ତମ ନେସନାଲ ଗେମ୍ରେ ଭାଗ ନେବା ପାଇଁ ଓଡ଼ିଶା ରଗବୀ ଫୁଟବଲ ଦଳ ଘୋଷଣା ହୋଇଛି । ଓଡ଼ିଶା ଦଳରେ ଯାଜପୁର ଜିଲାର ଦଶରଥପୁରର ସୌମ୍ୟ ରଂଜନ ସ୍ୱାଇଁ ଖେଳାଳୀ ଭାବେ ଚୟନ ହୋଇଥିବା ବେଳେ ଦଶରଥପୁର ବ୍ଲକ ଛଂଚିନାର ଅଜୟ କୁମାର ପ୍ରଧାନ ମ୍ୟାନେଜର ଭାବେ ଚୟନ ହୋଇଛନ୍ତି । ଜିଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡୁ, ଜିଲ୍ଲା ରଗବୀ ଫୁଟବଲ୍ ଆସୋସିଏସନ୍ର ସଭାପତି ନାରାୟଣ ଚନ୍ଦ୍ର ସାହୁ ଓ ସଂପାଦକ ଭରତ ସାହୁ ଖେଳାଳୀ ସୌମ୍ୟ ରଞ୍ଜନ ଓ ମ୍ୟାନେଜର ଅଜୟଙ୍କୁ ଶୁଭେଛା ଜଣାଇଛନ୍ତି ।