ବିକାଶ ବାହନ ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା

 ଚମ୍ପୁଆ: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ସର୍ବସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସରେଇ ଓ ରଜିଆ ପଞ୍ଚାୟତରେ ବିକାଶ ବାହନକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି  । ପ୍ରଥମେ ସରେଇ ପଞ୍ଚାୟତରେ ବିକାଶ ବାହନ ରଥକୁ ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁ, ସରପଞ୍ଚ ସୁଶାନ୍ତ ନାୟକ,ଏବିଡିଓ ଚୁନୁ ହାଁସଦା, ପିଇଓ ରୀନା ପ୍ରଧାନ, ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ସ୍ୱାଗତ କରିଥିଲେ  । ଆୟୋଜିତ ସଭାରେ ଅତିଥିମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଫାଇଦା ନେବାକୁ ପଞ୍ଚାୟତ ବାସୀଙ୍କୁ ପରାମର୍ଶ ଦେଇଥିଲେ  । ସେହିପରି ରଜିଆ ପଞ୍ଚାୟତରେ ବିଡ଼ିଓ, ଏବିଡିଓଙ୍କ ବ୍ୟତୀତ ରଜିଆ ସରପଞ୍ଚ ସନ୍ତୋଷ ନାଏକ, ପିଇଓ ରଞ୍ଜୁଲତା ଗିରି, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ ମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ବନ୍ଧରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ  । ରଜିଆ ପଞ୍ଚାୟତରେ ୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ, ଅନ୍ତୋଦୟ ଯୋଜନାରେ ୫ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ,୫ ଜଣଙ୍କୁ ଭତ୍ତା, ଏବଂ ଆଉ କିଛି ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ,ଶ୍ରମ କାର୍ଡ ଓ ଚାରା ବଣ୍ଟନ କରାଯାଇଥିଲା  ।