ଓଡ଼ିଶା ସହ ପାରିବାରିକ ସମ୍ପର୍କ

ଓଡ଼ିଶା ସହ ପାରିବାରିକ ସମ୍ପର୍କ

 ଭୁବନେଶ୍ୱର: ଭାରତୀୟ ଅର୍ଥନୀତିର ପ୍ରମୁଖ ସଂସ୍କାରକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଓଡ଼ିଶା ସହ ଥିଲା ଘନିଷ୍ଠ ସମ୍ପର୍କ । ଜଣେ ଅଣ ଓଡ଼ିଆ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ଓଡ଼ିଆ ଖାଦ୍ୟ, ଓଡ଼ିଆ ପରମ୍ପରା ଓ ଓଡ଼ିଆ ଚାଲି ଚଳଣି ପ୍ରତି ଆକର୍ଷିତ ଥିଲେ । ଯେତେବେଳେ ଓଡ଼ିଶା ଆସୁଥିଲେ କିଛି ସମୟ ଏଠି ସମୟ ବିତାଉଥିଲେ । କାରଣ ଓଡ଼ିଶାରେ ଥିଲା ମନମୋହନ ସିଂହଙ୍କ ସମୁଦି ଘର । ଓଡ଼ିଆ ପୁଅଙ୍କୁ ନିଜର ଜ୍ୱାଇଁ ଭାବେ ଗ୍ରହଣ କରିଥିଲେ । ଅର୍ଥାତ୍ ନିଜ ଦ୍ୱିତୀୟ ଝିଅ ଦମନ ସିଂହଙ୍କୁ ବିବାହ ଦେଇଥିଲେ । ଏଣୁ ଓଡ଼ିଶାକୁ ଖୁବ ଭଲ ପାଉଥିଲେ ଭୂତପୂର୍ବ ପ୍ରଧାନମନ୍ତ୍ରୀ  । ପଦରେ ରହିବା ପୂର୍ବରୁ ଓ ପରେ ମଧ୍ୟ ଲାଗି ରହିଥିଲା ଓଡ଼ିଶାକୁ ତାଙ୍କର ଯିବା ଆସିବା  । ଦମନ ସିଂହ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନସ୍ କଲେଜରୁ ସ୍ନାତକ ହାସଲ କରିବା ପରେ ଗୁଜରାଟର ଆଇଆରଏମଏରେ ରୁରାଲ ମ୍ୟାନେଜମେଣ୍ଟ ଶିକ୍ଷା ଲାଭ କରିଥିଲେ । ସେ ଜଣେ ସୁଲେଖିକା ଭାବେ ମଧ୍ୟ ପରିଚିତ । ୧୯୯୧ ମସିହାରେ ସେ  ପୁଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ଦମନଙ୍କ ଡାକ ନାଁ ନୋନୁ । ଶାଶୂଙ୍କ ଘରେ ସେ ଏହି ନାଁରେ ପରିଚିତ ଥିଲେ  ।  
ସେହିପରି ତାଙ୍କ ଜ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ, ଗୁଜରାଟ କ୍ୟାଡରର ଭାରତୀୟ ପୁଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକ  । ୧୯୮୩ ବ୍ୟାଚ୍ର ଏହି ଆଇପିଏସଜାତୀୟ ଗୁଇନ୍ଦା ଗ୍ରୀଡ୍ ( ନାଟ ଗ୍ରୀଡ୍)ର ସିଇଓ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମନମୋହନଙ୍କ କାର୍ଯ୍ୟକାଳ ଶେଷ ପରେ ଅର୍ଥାତ ୨୦୧୬ ମସିହାରୁ ୨୦୧୮ ମସିହା ଯାଏ ଅପରାଧୀ ତଥା ସନ୍ଦିଗଧଙ୍କୁ ଠାବ କରିବା ପାଇଁ ଗୁଇନ୍ଦା ଗ୍ରୀଡ୍ ନେଟୱର୍କରେ ଯେତେବେଳେ ବ୍ୟାପକ ସଂସ୍କାର କରାଯାଉଥିଲା ସେ ସେହି ସମୟରେ ତାହାର ସିଇଓ ଥିଲେ ।  ୨୦୦୭ ମସିହାରେ ଅଶୋକଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ ମିଳିଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନ ସିଂହ ତାଙ୍କୁ ପିନ୍ଧାଇଥିଲେ ।  କହିବାକୁ ଗଲେ ମନମୋହନଙ୍କ ପରିବାର ଭଳି ଅଶୋକଙ୍କ ପରିବାର ମଧ୍ୟ ଅତ୍ୟନ୍ତ ସରଳ ଏବଂ ନିର୍ବିବାଦୀୟ  । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜାନୁଆରି ୨୦୧୨ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କ ପନôୀ ଗୁରୁଶରନ୍ କୌର ଅଶୋକଙ୍କ ଭୁବନେଶ୍ୱର ଘରକୁ ଆସିଥିଲେ ।  ଅଶୋକଙ୍କ ପରିବାର କଟକର ବାସିନ୍ଦା ହୋଇଥିଲେ ମଧ୍ୟ ଏବେ ଭୁବନେଶ୍ୱରରେ ରହୁଛନ୍ତି  । ସେତେବେଳେ ଗୁରୁଶରନଙ୍କ ପାଇଁ ଅଶୋକଙ୍କ ମା’ ରନôମାଳା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ  ।