ଓଡ଼ିଶା ସାମ୍ବାଦିକ ୟୁନିୟନର ବୈଠକ 

ଭବାନୀପାଟଣା:  ରାଜ୍ୟରେ ଯେଉଁ ସରକାର ରୁହନ୍ତୁ ନା କାହିଁକି ସାମ୍ବାଦିକମାନଙ୍କ ସ୍ୱାର୍ଥ,ହକ ପାଇଁ ସାମ୍ବାଦିକ ୟୁନିୟନ ତାର ସଂଗ୍ରାମ ଜାରି ରଖିବ ବୋଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ୍ ଠାରେ ଅନୁଷ୍ଠିତ ଓଡଶା ସାମ୍ବାଦିକ ୟୁନିୟନ (ଓୟୁଜେ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ତଥା ୨୦ତମ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ବାର୍ଷିକ ଉସôବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକମାନଙ୍କ ବୀମା ରାଶିକୁ ୧୦ଲକ୍ଷ ଟଙ୍କା ବୃଦ୍ଧି, ପେନସନ ଲାଗୁ କରିବା, ସାମ୍ବାଦିକମାନଙ୍କ ସୁରକ୍ଷା, ଏକ୍ରିଡିଏସନ କମିଟି ତିଆରି କରିବା ଭଳି ଦାବି ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସଂପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉସôବ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ମୁଖ୍ୟ ବକ୍ତା ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବୁ୍ୟରୋ ହେଡ ମନୋରଞ୍ଜନ ଯୋଶୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଓୟୁଜେ ରାଜ୍ୟ ଉପସଭାପତି ରାଜେଶ ପଟ୍ଟନାୟକ, ଉପସଭାପତି ରାଜୀବ ମହାନ୍ତି, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସୀନ ଥିଲେ । ୟୁନିୟନ ପକ୍ଷରୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂପାଦକ ବିବରଣୀ ପଠନ କରିଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସଂସ୍କୃତିକୁ ଓ ସାମ୍ବାଦିକମାନଙ୍କ ସ୍ୱାଭିମାନ ବହନ କରୁଥିବା ବାର୍ଷିକ ପତ୍ରିକା କାରୁଣ୍ଡକୁ ଅତିଥିମାନେ  ଉନ୍ମୋଚନ କରିଥିଲେ ।