ହନୁମାନ ଜୟନ୍ତୀ ପାଳିତ
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ଜୟ ମାତା ଦି ଗ୍ରୁପ୍ ପକ୍ଷରୁ ହନୁମାନ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ହନୁମାନ ଜୟନ୍ତୀ ଉପଲକ୍ଷେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିବା ବେଳେ ବିଭିନ୍ନ ଛକରେ ହନୁମାନ ଚାଳିଶା ପଠନ ଉସôବ ପାଳିତ ହୋଇଯାଇଅଛି । ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଆଳତି ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଖଡିଆଳ ବିଧାୟକ ଆଧିରାଜ୍ ପାଣିଗ୍ରାହୀ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବହୁ ବରିଷ୍ଠ ନାଗରିକ, ସଚେତନ କର୍ମୀ, ମହିଳା, ପୁରୁଷ ଏବଂ ଯୁବ ଗୋଷ୍ଠୀ ସାମିଲ ହୋଇ ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ଖଣ୍ଡା ଚାଳନା, ଝଣ୍ଡା ଉଡାଣ ସହ ସୁସଜ୍ଜିତ ରାମ,ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିରୂପ ଶିଶୁ କଳାକାର ସାମିଲ ହୋଇଥିଲେ । ହନୁମାନଙ୍କ ଆଳତି ସମୟରେ ସଡ଼କ ଉପରେ ବସି ଆଳତି ଗାନ କରିଥିଲେ ।