ବିଦୁ୍ୟତ ସଂସ୍ପର୍ଶରେ ଆସି ଯୁବକ ମୃତ
ଦେବଗଡ : ମାଛ ମାରୁଥିବା ବେଳେ ବିଦୁ୍ୟତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ଦେବଗଡ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପାଳକୁଦର ଗ୍ରାମପଞ୍ଚାୟତ ମହୁଲଦର୍ହ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ମୃତ ଯୁବକ ମହୁଲଦର୍ହ ଗ୍ରାମର ଗୋଳବଦନ ମାଝୀଙ୍କ ପୁଅ କିଶୋର ମାଝୀ (୨୯) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମାଛ ମାରିବା ପାଇଁ ବିଦୁ୍ୟତ ଚାଳିତ ଏକ ପାଣି ମଟର ଯୋଗେ ଉକ୍ତ ଗ୍ରାମର ଟାହୁ ନାଳରେ ଥିବା ଏକ ଗାତରୁ ପାଣି ଶୁଖାଉଥିଲେ । କିଶୋର ନାଳ ଭିତରେ ଥିବା ବେଳେ ତାଙ୍କର ଅନ୍ୟ ଜଣେ ସାଥି ବିଦୁ୍ୟତ ସଂଯୋଗ କରି ଦେଇଥିଲେ । ଫଳରେ ବିଦୁ୍ୟତ ସଂଷ୍ପର୍ଶରେ ଆସି କିଶୋରଙ୍କ ମୃତୁ୍ୟ ଘଟିଥିଲା । ତାଙ୍କ ସାଥିରେ ଥିବା ଅନ୍ୟ ଯୁବକ ମାନେ ଭୟରେ କାହାକୁ କିଛି କହିନଥିଲେ । କିଶୋରଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ରିଆମାଳ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଆରମ୍ଭ କରିଛି ।