କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ
ବଲାଙ୍ଗିର : ଦେଶର ଜନତାଙ୍କ ଅଧିକାରକୁ କଂଗ୍ରେସ ସର୍ବାଗ୍ରେ ଗୁରୁତ୍ୱ ଦେଇଥାଏ । ଲୋକଙ୍କ ଅଧିକାର ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ଦେଶ ସମ୍ବିଧାନ ସୁରକ୍ଷିତ ରହିବ । ସେଥି ପାଇଁ ଆମେ ଆଜି ସମ୍ବିଧାନ ବଂଚାଓ ଅଭିଯାନରେ ଆମେ ସମବେତ ହେଇଛୁଁ । ଏହି ଅଭିଯାନ ଲୋକଙ୍କ ପ୍ରତ୍ୟେକ ପାଖକୁ ପହଂଚିବ ବାଲି ଆଜି ଦେଓଗାଁ ବ୍ଲକ ସ୍ଥିତ ଡୁମେରପିଟା ପଂଚାୟତର ଡୁମେରପିଟା ଠାରେ ଅନୁଷ୍ଠିତ ସମ୍ବିଧାନ ବଂଚାଅ ଅଭିଯାନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ବ୍ଲକ ସଭାପତି ରାମଜୀ ଚୈାଧୁରୀଙ୍କ ନେତୃତ୍ୱ ତଥା ପିସିସି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ରାଉତ ଓ ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମାବେଶ ଆରମ୍ଭରେ ସମ୍ବିଧାନ ପ୍ରଣେତା ସଭାରେ ସଦସ୍ୟ ଥିବା ବଲାଙ୍ଗିରର ବରପୁତ୍ର ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର ଙ୍କ ସ୍ମୃତି ·ରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର, କାର୍ଯ୍ୟକାରି ସଭାପତି ସନ୍ତକ ବହିଦାର, ଅଙ୍କିତ ସାହୁ, ପପୁ ପାତ୍ର, ଶ୍ରୀଧର ବାରିକ, ସୂର୍ଯ୍ୟକାନ୍ତି ଛତ୍ରିଆ, ଚିନ୍ମୟ ବେହେରା, ନାସିର ଖାନଙ୍କ ସମେତ ସହସ୍ରାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।