କଂଗ୍ରେସ ଦଳର କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ
ବିଶୋଇ : ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡ଼ା ଏବଂ ବିଶୋଇ ଗ୍ରାମପଞ୍ଚାୟତରେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡିକର ପରିଦର୍ଶନ କରିଛନ୍ତି କଂଗ୍ରେସ ଦଳର ତଥ୍ୟ ଅନୁସନ୍ଧାନକାରୀ ଟିମ୍ । ପ୍ରତିନିଧି ଦଳରେ ନବଜ୍ୟୋତି ପଟ୍ଟନାୟକ, ଅସିତ୍ ପଟ୍ଟନାୟକ, ବନ୍ଦିତା ପରିଡ଼ା, ଯୋଗେଶ ଅଗ୍ରୱାଲ ପ୍ରମୁଖ ପ୍ରଭାବିତ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଆଜକୁ ୫ ଦିନ ହେବ ଲୋକେ ସରକାରୀ ସହାୟତା କହିଲେ କେବଳ ଜରିପାଲ ଆଉ ଖାଦ୍ୟ ପାଇଛନ୍ତି । କିନ୍ତୁ ସରକାରୀ ସ୍ତରରେ ଘୋଷଣା ହୋଇଥିବା ଅନ୍ୟ ସହାୟତା ଏଯାଏଁ ମିଳିନଥିବା ହେତୁ ଡବଲ ଇଞ୍ଜିନ ସରକାରଙ୍କ ଅପାରଗତାକୁ ସମାଲୋଚନା କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ କିଭଳି ଶୀଘ୍ର ସରକାରୀ ସହାୟତା ଶୀଘ୍ର ମିଳିପାରିବ ସେ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ କଂଗ୍ରେସ୍ ବରିଷ୍ଠ ନେତା ସରସ୍ୱତୀ ହେମ୍ବ୍ରମ୍, ସୁବାଷ ପାତ୍ର, ନାରାୟଣ ମହାପାତ୍ର, ଅମୂଲ୍ୟ ମଣ୍ଡଳ ବେରେଲ ସିର୍କା ତଥା ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ ।