କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ : ଶୋକର ଛାୟା ରେ ଆଳି ବାସି 

 ଆଳି : ଶୁକ୍ରବାର ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର  ନାଥ ଶର୍ମାଙ୍କର ୬୭ବର୍ଷରେ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲରେ ଚିକିସôାଧୀନ ଅବସ୍ଥାରେ  ଦେହାନ୍ତ ହୋଇଯାଇଛି  । ଆଳି ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତରେ ଆଳି ନିର୍ବାଚନମଣ୍ଡଳୀର ଆଳି କନିକା ସହିତ ସାରା ଓଡିଶା ଶୋକ ପ୍ରକାଶ କରିଛି ।ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ଜଣେ ଅଗ୍ରଣୀ ସଦସ୍ୟ ସ୍ୱର୍ଗତ ଶର୍ମା କର୍ମୀ ପ୍ରେମୀ ଜନସେବକ ତଥା ତୃଣମୂଳ ସ୍ତରର ନେତୃତ୍ୱର ଛାପ ଛାଡିଯାଇଛନ୍ତି ।ମାର୍ଚ୍ଚ ୧୮, ୧୯୫୯ ରେ କଟକଠାରେ ଜନ୍ମ ହୋଇଥିବା ଶର୍ମା ଏକ ରାଜନୈତିକ ପ୍ରଭାବଶାଳୀ ପରିବାରରୁ ଆସିଥିଲେ ।  ତାଙ୍କ ପିତା ଡକ୍ଟର ଦିବାକର ଶର୍ମା ଜଣେ ସମ୍ମାନିତ ଚିକିସôକ ତଥା ବିଧାୟକ ଥିଲେ, ବାପାଙ୍କ ନିତୀ ନିୟମକୁ ଅନୁସରଣ କରିଥିଲେ । ୨୦୧୪ ରେ ଆଳିର ୧୫ତମ ବିଧାୟକ ଭାବରେ ନିର୍ବାଚିତ ହୋଇ ସେ ଓଡିଶା ବିଧାନସଭାରେ ବିରୋଧୀ ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ।ଦୁଇ ଦୁଇ ଥର ଆଳି ବ୍ଲକ ଅଧକ୍ଷ ଭାବେ ଦାଇତ୍ୱ ତୁଲାଇଛନ୍ତି । ରାଜନୀତି ସହିତ ଶିକ୍ଷା ଏବଂ କ୍ରୀଡା ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ଜଣାଶୁଣା ଶର୍ମା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଆସୋସିଏସନର ନେତୃତ୍ୱ ନେଇଥିଲେ ଏବଂ ଆଳିକୁ ମହିଳା ଫୁଟବଲର ଏନ୍ତୁଡ଼ିଶାଳ କରି ସସ୍ମିତା ମଲିକଙ୍କ ପରି ଆନ୍ତର୍ଜାତୀୟ ମହିଳା ଫୁଟବଲ ପ୍ରତିଭା ସୃଷ୍ଟି କରିପାରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।୨୦୨୪ ମସିହାରେ ଶର୍ମାଙ୍କ ଜୀବନ କର୍ମୀଙ୍କ ପ୍ରତି ଉସôର୍ଗୀକୃତ ଥିବାର ପ୍ରମାଣ ମିଳିଥିଲା, ଯେତେବେଳେ ସେ ଅସୁସ୍ଥ ଥାଇ ମଧ୍ୟ ନିଆଳ ଗ୍ରାମରେ ପୈତୃକ ସଂପତ୍ତି ବିକ୍ରୟ କରି ତାଙ୍କ ଝିଅ ଦେବସ୍ମିତା ଶର୍ମାଙ୍କୁ ଆଳି ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଅର୍ଥ ପ୍ରଦାନ କରିଥିଲେ, ଯାହାକି ଅର୍ଥ ଏବଂ ବାହୁବଳ ଉପରେ ସ୍ୱଚ୍ଛ ରାଜନୀତିରେ ତାଙ୍କର ବିଶ୍ୱାସ ଓ ଭରଷାକୁ ପ୍ରମାଣିତ କରିଥିଲା ।ସାଲିସବିହିନ ସ୍ୱର୍ଗତ ଶର୍ମାଙ୍କ ଦେହାନ୍ତରେ ଆଳି, କନିକା ଓ କେନ୍ଦ୍ରାପଡାର କର୍ମୀମାନେ ମ୍ରିୟମାଣ ହୋଇ ପଡିଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।