କଟକରେ ପାଇପ ଫାଟି ଗ୍ୟାସ୍‌ ଲିକ୍‌

କଟକରେ ପାଇପ ଫାଟି ଗ୍ୟାସ୍‌ ଲିକ୍‌

କଟକ : କଟକ ସିଡିଏ-୧୦ ପରିବା ମାର୍କେଟ ନିକଟରେ ଥିବା ଏକ ପାଇପ୍‌ ଫାଟି ଗ୍ୟାସ୍‌ ଲିକ୍‌ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଗେଲର ଗାଡ଼ି ଆସି ଲିକକୁ ନିୟନ୍ତ୍ରଣ କରିଛନ୍ତି ।
   
  କଟକ ସିଡିଏ ୧୦ ନମ୍ବର ପରିବା ମାର୍କେଟ ନିକଟରେ ଥିବା ପାଇପ ଫାଟି ଗ୍ୟାସ୍‌ ଲିକ୍‌ ହୋଇଛି । ମାର୍କେଟ ନିକଟରେ ଥିବା ପେଟ୍ରୋଲ ପମ୍ପ ପରିସରରେ ଗଛ କଟା ଓ ଗାତ ଖୋଳାବା ସମୟରେ ଗ୍ୟାସ୍‌ ପାଇପ ଫାଟି ଯାଇଥିଲା । ଫଳରେ ଗ୍ୟାସ୍‌ ଲିକ୍‌ ହୋଇ ଉପରକୁ ଉଠିଥିଲା । ଏହାପରେ ସ୍ଥାନୀୟ ଲୋକେ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଗେଲ ଏକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି  ଗ୍ୟାସ୍‌ ଲିକକୁ ନିୟନ୍ତ୍ରଣ  କରିଛନ୍ତି ।