କଣ୍ଟନେର ଓ ଟ୍ରାକ୍ଟର ଧକ୍କା ଜଣେ ମୃତ, ୩ ଆହାତ 

 ଛତ୍ରପୁର : ଚମାଖଣ୍ଡି ଥାନା ଅନନ୍ତପୁର ଗ୍ରାମ ନିକଟ ମହିନ୍ଦା ସୋରୁମ ସମ୍ମୁଖ ଜାତୀୟ ରାଜପଥରେ କଣ୍ଟନେର ଏବଂ ଟ୍ରାକ୍ଟର ଧକ୍କାରେ ଜଣେ ମୃତ ୩ଜଣ ଆହାତ ହୋଇଛନ୍ତି, ମୃତ ଜଣକ ଟ୍ରାକ୍ଟର ମାଲିକ ଚିକଲଖଣ୍ଡି ଗ୍ରାମର ଶୁଭମ ନାୟକ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି  । ଟ୍ରକ ଚାଳକ ସମେତ ୩ ଆହାତ ହୋଇଛନ୍ତି, ମାଛ ବୋଝେଇ କଣ୍ଟନେର ବିଶାଖାପାଟଣା ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା, ଯାହାଫଳରେ ଟ୍ରାକ୍ଟର ଟି ଓଲଟି ପଡିଯାଇଥିଲା, କ୍ରେନ ଯୋଗେ ଟ୍ରାକ୍ଟର ଟିକୁ ଜାତୀୟ ରାଜପଥ ରୁ ଉଠା ଯାଇଥିଲା