ରାସ୍ତା କଡ଼ରେ ଅଳିଆ, ଉଠାଇବାକୁ ଦାବି
ତାଳଚେର: ତାଳଚେର ଡ଼େରାଛକ ଠାରୁ ଡ଼େରା କଲୋନୀର ପଛପାଶ୍ୱର୍ରେ ଯାଇଥିବା ଲିଙ୍ଗରାଜ କୋଲିୟରୀର ରାସ୍ତା କଡ଼ରେ କୁକୁ ଅଳିଆ ଆବର୍ଜନା ମାସମାସ ଧରି ଗଦା ହୋଇଛି । ସେଥିରୁ ପୂର୍ତ୍ତିମୟ ଦୁର୍ଗନ୍ଧ ହେବା ସହ ଏହା ପବନରେ ଉଡ଼ି ବାଟୋଇ ଦାଣ୍ଡୋଇ ନିଶ୍ୱାସ ପ୍ରଶ୍ୱାସରେ ଯିବା ସହ ଜରି କାଗଜ ଦେହ ମୁହଁରେ ପଡ଼ି ଏକ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି କରୁଛି । ଏହି ରାସ୍ତା ପାଶ୍ୱରେ ଡ଼େରା କଲୋନୀବାସୀ ଦୁର୍ଗନ୍ଧରେ ସେମାନଙ୍କ ନାକ ଫାଟି ପଡ଼ିଥାଏ ବୋଲି ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେହି ଆବର୍ଜନାକୁ କାହିଁକି ଉଠାଯାଉ ନାହିଁ ତାହା କÿଲୋନୀବାସୀଙ୍କ ଚିନ୍ତାର କାରଣ ସାଜିଛି । ଏହି ଅଳିଆ ଆବର୍ଜନାକୁ ଗାଈ ଗୋରୁମାନେ ଖାଇ ମୃତୁ୍ୟମୁଖରେ ପଡ଼ୁଥିବା ଅନେକ ଦୃଷ୍ଟାନ୍ତମାନ ରହିଛି । ଏଠାରୁ ପ୍ରଚୁର ରାଜସ୍ୱ ଯାଉଥିଲେ ମଧ୍ୟ ଖୋଦ୍ କୋଇଲା ଖଣି ଅଂଚଳର ରାସ୍ତାରେ ଯଦି ଏପରି ଅଚଳାବସ୍ଥା ସୃଷ୍ଟି ହୁଏ ତେବେ ଏଥିପାଇଁ ଦାୟି କିଏ ହେବ ବୋଲି ପ୍ରଶ୍ନ ଉଠିଛି । କେନ୍ଦ୍ର ସରକାର ସ୍ୱଚ୍ଛଭାରତ ମିଶନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଖଣି ଅଂଚଳରେ ଯଦି ଏପରି ଅବସ୍ଥା ଉପୁଜେ ତେବେ କହିବା କାହାକୁ ଶୁଣିବ କିଏ? ମୋଟାମୋଟି ଭାବେ ଦେଖିବାକୁ ଗଲେ କୋଇଲା ନଗରୀ ଅଂଚଳରେ ସତେ ଯେପରି ସ୍ୱଚ୍ଛଭାରତ ମିଶନ୍ ଚୁଲିକୁ ଯାଉଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଡ଼େରା ଓ ଲିଙ୍ଗରାଜ ଜିଏମ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।