କନ୍ୟାଆଶ୍ରମରେ ‘ସଚେତନତାର ଦିନଟିଏ’ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଟାଗୋର ସୋସାଇଟିଦ୍ୱାରା ପରିଚାଳିତ ମାର୍କେଲଗୁଡା ଆବାସିକ ଆଦିବାସୀ କନ୍ୟାଆଶ୍ରମରେ ‘ସଚେତନତାର ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ପାଇଁ  ଫଳ ଓ ଫୁଲ ଗଛ ଲଗାଇବା, କାର୍ଡ୍ ଖେଳ, ସାପ ଓ ସିଡି ଖେଳ, ଚିତ୍ରାଙ୍କନ ଆଦି ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମର କରଯାଇଥିଲା । ଏହି ଅବସରରେ ସ୍ଥାନୀୟ ବନବିଭାଗ ନର୍ସରୀରୁ କିଛି ଗଛ ଓ ସଂଗୃହୀତ ୧୫ରୁ ଅଧିକ ବିଭିନ୍ନ ପ୍ରକାରର ଔଷଧୀୟ ଏବଂ ଫୁଲ ଫଳ ଗଛ ବିଦ୍ୟାଳୟ ପରିବେଶରେ ଲଗାଯାଇଥିଲା । ଆମ ଆଖ ପାଖ ପରିବେଶ ଏବଂ ଜଙ୍ଗଲରେ ଦେଖା ଯାଉଥିବା ପଶୁ, ପକ୍ଷୀ ଏବଂ ସରୀସୃପମାନଙ୍କ ଚିତ୍ରଥିବା କାର୍ଡ ମାଧ୍ୟମରେ ପିଲାମାନେ ସେଇ ଜୀବଜନ୍ତୁ ଏବଂ ଆମ ପରିବେଶ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଆଲୋଚନା କରି ଅଧିକ ଜ୍ଞାନ ଲାଭ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଲାମାନେ ପରିବେଶ ସୁରକ୍ଷା ଉପରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଲେ ଓ ଅନ୍ୟମାନଙ୍କୁ ଉସôାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବେଶବିତ୍  ଦୀପାରାଣୀ ନାୟକ, ପ୍ରଧାନ ଶିକ୍ଷୟତ୍ରୀ  ସସ୍ମିତା ସାମଲ୍, ଶିକ୍ଷୟତ୍ରୀ ମିନତି ବେହେରାଙ୍କ ସହ ଦେବେ ମାଡକାମି, ସୁସ୍ମିତା ସୋଡି, ବିନତି ପଡିଆମି ଓ ରିତା ଦୁରୁଆ ପ୍ରମୁଖ ସହକାରୀ ଶିକ୍ଷକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।