ଜିଲ୍ଳା ଦକ୍ଷତା ବିକାଶ ଅଧିକାରୀଙ୍କ ବିଦାୟୀ ସମ୍ୱର୍ଦ୍ଧନା

 ମାଲକାନଗିରି:  ମାଲକାନଗିରି ଜିଲ୍ଲା ଦକ୍ଷତା ବିକାଶ ଅଧିକାରିଙ୍କୁ ବିଦାୟ ସମ୍ୱର୍ଦ୍ଧନା ଜଣାଯାଇଥିବା ବେଳେ, ନୂତନ ଅଧିକାରୀଙ୍କୁ ସ୍ୱାଗତ ଜଣାଯାଇଛି  । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଳା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀଙ୍କ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିବାରୁ ସ୍ଥାନୀୟ ଆଓମା ଗୁରୁକୁଳରେ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଏହି ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମିରଞ୍ଜନ ସେନାପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଦକ୍ଷତା ବିକାଶ ଉପେନ୍ଦ୍ର ଦୀପ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ଆଇପିଓ ଶୁଭଶ୍ରୀ ଦଣ୍ଡପାଟ, ଅବସରପ୍ରାପ୍ତ ତହସିଲଦାର ଶଶାଙ୍କ ମିଶ୍ର ଓ ଅଧ୍ୟାପକ ଡ. ରଞ୍ଜନ ସ୍ୱାଇଁ, ଆଓମା ଗୁରୁକୁଳ ମୁଖ୍ୟ ପ୍ରତିଷ୍ଠାତା ବିନାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବଣ୍ଡା ମହିଳାଙ୍କୁ ସଶକ୍ତ କରି ସେମାନଙ୍କ ଉତ୍ପାଦକୁ ବଜାରରେ କିଭଳି ବିକ୍ରିବଟା କରି ହେବ ସେଥି ନିମନ୍ତେ ସେ ପ୍ରଯନô କରିଥିଲେ । ଏହି ଅବସରରେ ଶ୍ରୀ ସେଠୀଙ୍କୁ କିଛି ସ୍ମୃତି ସନ୍ତକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ୱର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମକୁ ବିନାଶ ମିଶ୍ର ପରିଚାଳନା କରିଥିଲେ । ଶ୍ରୀ ମାଡି କେନ୍ଦ୍ରାପଡ଼ା ଜିଲ୍ଲାରୁ ବଦଳି ହୋଇଆସିଛନ୍ତି । ନୂତନ ଅଧିକାରୀ ଶ୍ରୀ ମାଡିଙ୍କୁ କର୍ମଚାରୀମାନେ ସ୍ୱାଗତ କରିଥିବା ବେଳେ ମନସ୍ୱିନୀ ସେଠିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।