କବାଡ଼ିଆକୁ ଆକ୍ରମଣ କରି ମୋବାଇଲ ଲୁଟ୍ ; ଲୁଟେରା ଗିରଫ

କବାଡ଼ିଆକୁ ଆକ୍ରମଣ କରି ମୋବାଇଲ ଲୁଟ୍ ; ଲୁଟେରା ଗିରଫ


 ଭୁବନେଶ୍ୱର, ୨୯ା୫ : ବିଚ୍ ରାସ୍ତାରେ ଜଣେ କବାଡ଼ିଆଙ୍କୁ ଆକ୍ରମଣ କରି ୩ଟି ମୋବାଇଲ ଓ ୩ଟି ଲୁହା ଗ୍ରିଲ ଚୋରି କରିବା ଅଭିଯୋଗରେ ଲୁଟେରାକୁ ଗିରଫ କଲା ଭରତପୁର ଥାନା ପୁଲିସ । ଗିରଫ ଲୁଟେରା ହେଲା, ଘାଟିକିଆ ଭୋଇ ସାହିର ସଞ୍ଜୟ କୁମାର ଭୋଇ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟଯେ, ଗତ ୧୮ ତାରିଖ ରାତିରେ ଅଭିଯୋଗକାରୀ ଓ ତାଙ୍କର ଜଣେ ସହଯୋଗୀ କିଛି ଲୁହା ଗ୍ରୀଲ୍ ଝରକା ଏବଂ କବାଟ ଆଦିକୁ ନିଜ ଅଟୋରେ ଲଦି ଘାଟିକିଆ ସ୍ଥିତ ଘରକୁ ଫେରୁଥିଲେ । ଏହି ସମୟରେ ବିପୁଲ ଗାଡେନ୍ ନିକଟରେ ୩ ଜଣ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଅଟକାଇ ଏହି ଲୁହା ସବୁ କେଉଁଠାରୁ ଆଣିଛୁ କରି ସେମାନଙ୍କୁ ଗାଳିମନ୍ଦ କରିବା ସହ ମାଡ ମାରି ଅଭିଯୋଗକାରୀ ଓ ତାଙ୍କ ବନ୍ଧୁଙ୍କ ଠାରୁ ୩ଟି ମୋବାଇଲ ଓ କିଛି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ରବୀନ୍ଦ୍ର କୁମାର ବେହେରା ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଲୁଟେରାକୁ ଗିରଫ କରିଛି । ବାକି ୨ ଜଣ ଫେରାର ରହିଛନ୍ତି ।