ରାଜଧାନୀରେ ଚାଲିଛି କଡାକଡି ସେଫ୍ ସିଟି ଡ୍ରାଇଭ ଅଭିଯାନ
ଭୁବନେଶ୍ୱର: ଭୁବନେଶ୍ୱର ଡ଼ିସିପିଙ୍କ ନିଦେ୍ର୍ଦଶ କ୍ରମେ ସହରାଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ଥାନା ପକ୍ଷରୁ ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ନିୟମିତ ଭାବେ ଜାରିରହିଛି । ଏହି ଧରପଗଡ଼ ଅଭିଯାନ କ୍ରମରେ ସର୍ବସାଧାରଣରେ ମଦ୍ୟପାନ ତଥା ଖଟି କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାଇ ଜୋରିମାନା ଆଦାୟ କରାଯିବା ସାଙ୍ଗକୁ ଜନସଚେତନତା କରାଯାଉଅଛି । ଗତ ଫେବୃୟାରୀ ମାସ ତା ୦୧.୦୨.୨୦୨୪ ରିଖରୁ ମାର୍ଚ୍ଚ ତା ୩୧.୦୩.୨୦୨୪ ରିଖ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସର ବିଭିନ୍ନ ଥାନା ପକ୍ଷରୁ ସର୍ବସାଧାରଣରେ ମଦ୍ୟପାନ କରୁଥିବା ମୋଟ ୫୮୨୧ ଜଣ ବ୍ୟକ୍ତି ବିଶେଷଙ୍କ ନିକଟରୁ ସହରାଞ୍ଚଳ ପୁଲିସ ଆଇନ ଆଧାରରେ ସମୁଦାୟ ୨୯ ଲକ୍ଷ ୬ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେଥିମଧ୍ୟରୁ ଖାରବେଳନଗର ଥାନା ସର୍ବାଧିକ ୯୦୩ ଜଣ ଆଇନ ଉଲଂଘନକାରୀଙ୍କ ଠାରୁ ସମୁଦାୟ ୪ ଲକ୍ଷ ୫୧ ହଜାର ୫୦୦ ଟଙ୍କା ତଣ୍ଡ ଆଦାୟ କରିଥିବା ବେଳେ, ସହିଦନଗର ଥାନା ୪୩୮ ଜଣଙ୍କ ଠାରୁ ୨ ଲକ୍ଷ ୧୭ ହଜାର ଟଙ୍କା ଏବଂ ଲକ୍ଷ୍ମୀସାଗର ଥାନା ୩୯୪ ଜଣଙ୍କ ନିକଟରୁ ୧ ଲକ୍ଷ ୯୭ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ସେହିପରି ଚନ୍ଦ୍ରଶେଖରପୁର ଥାନା ୩୮୬ ଜଣଙ୍କ ନିକଟରୁ ୧ ଲକ୍ଷ ୯୩ ହଜାର ଟଙ୍କା ଜୋରିମାନା ସ୍ୱରୂପ ଆଦାୟ କରିଥିବା ବେଳେ, ଖଣ୍ଡଗିରି ଥାନା ୩୫୯ ଜଣଙ୍କ ନିକଟରୁ ୧ ଲକ୍ଷ ୭୯ ହଜାର ଟଙ୍କା ଏବଂ ଇନଫୋସିଟି ଥାନା ୩୪୮ ଜଣଙ୍କ ଠାରୁ ୧ ଲକ୍ଷ ୭୧ ହଜାର ୫୦୦ ଟଙ୍କା ଜୋରିମାନା ଆକାରରେ ଆଦାୟ କରିଛି ।
...........