କବିବରଙ୍କ ଶ୍ରାଦେ୍ଧାତ୍ସବ ପାଳିତ

 ବାଲେଶ୍ୱର :  କବିବରଙ୍କ ୧୧୭ତମ ଶ୍ରାଦ୍ଧବାର୍ଷିକୀ କବିବରଙ୍କ ବାସସ୍ଥଳୀ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ରାଧାନାଥ ସାହିତ୍ୟ ପରିଷଦ ବାଲେଶ୍ୱର ପକ୍ଷରୁ ମନସ୍ୱିନୀ ଦେବୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ଡ. ରମାକାନ୍ତ ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଡ. ହରିଶ୍ଚନ୍ଦ୍ର ବେହେରା, ବିଶିଷ୍ଟ ବକ୍ତା କବି ବିମଳ ଜେନା ପ୍ରମୁଖ ଯୋଗ ଦେଇ ରାଧାନାଥଙ୍କ ବହୁ କାବ୍ୟର  ଅପୂର୍ବ ଛନ୍ଦ ବିନ୍ୟାସର ଉଦାହରଣ ଦେଇଥିଲେ । ସଂପାଦକ ଅଧ୍ୟାପକ କମଳାକାନ୍ତ ଦାଶ ରାଧାନାଥଙ୍କୁ ମହାକବି ଭାବେ ଫକୀରମୋହନ ଓ କୁନ୍ତଳା କୁମାରୀ ଆଖ୍ୟାୟିତ କରିଥିବାରୁ ତାହାର ଯଥାର୍ଥତା ପ୍ରତିପାଦନ କରିଥିଲେ । ଉପସଭାପତି ଡ. ହୃଷିକେଶ ସାହୁଙ୍କ ମଞ୍ଚ ଆହ୍ୱାନ ପରେ ଯୁଗ୍ମ ସଂପାଦକ ପଣ୍ଡିତ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ତଥା ଅଧ୍ୟକ୍ଷ ଡ.ନିରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିଲେ । ପଣ୍ଡିତ ଭାସ୍କର ମିଶ୍ର, ଡ. ଶରତ ମିଶ୍ର ଓ ପ୍ରଫୁଲ୍ଲ ଦାସ ପ୍ରମୁଖ ସହାୟତା କରିଥିଲେ ।