କବୟିତ୍ରୀ ଡ. ଅପର୍ଣ୍ଣା ମହାନ୍ତି ସମ୍ବର୍ଦ୍ଧିତ
କେନ୍ଦ୍ରାପଡା: ସାଂପ୍ରତିକ ଓଡ଼ିଆ ସାହିତ୍ୟର କବି ଅପର୍ଣ୍ଣା ମହାନ୍ତି ଚଳିତବର୍ଷ ମର୍ଯ୍ୟାଦାଜନକ ‘ବିଷୁବ ପୁରସ୍କାର' ପାଇବେ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଘୋଷଣା ହୋଇଛି । ଏହି ପୁରସ୍କାର ବାବଦକୁ ସେ ୧ ଲକ୍ଷ ଟଙ୍କା ଓ ମାନପତ୍ର, ଅଙ୍ଗାଭରଣ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଶ୍ରୀମତି ମହାନ୍ତି କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜରୁ ଅବସର ନେଇଛନ୍ତି । ଜଣେ କବି ଭାବେ ସମଗ୍ର ଭାରତରେ ପରିଚିତ । ନାରୀର ସ୍ୱପ୍ନ, ସ୍ୱପ୍ନଭଙ୍ଗ, ବିଦ୍ରୋହ, ସଂଘର୍ଷ, ପ୍ରେମ, ପ୍ରଣୟ ତାଙ୍କ କାବ୍ୟ ସ୍ୱର । ତାଙ୍କର କାବ୍ୟ ଯାତ୍ରା ଆରମ୍ଭ ହୁଏ ଅବ୍ୟକ୍ତ ଆତ୍ମୀୟତା କବିତା ପୁସ୍ତକରୁ । ଏ ଯାତ୍ରା ଅବିରତ ଚାଲି ଆସିଛି ଏଯାଏଁ । କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ସମ୍ୱର୍ଦ୍ଧନା ସଭାର ସଭାପତିତ୍ୱ କରିଥିଲେ ଅଧ୍ୟାପକ ଅଜୟ ସାମଲ । ଓଡିÿଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି କଥାକାର ରାମଚନ୍ଦ୍ର ବେହେରା ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦକିଶୋର ପରିଡା ଯୋଗଦେଇଥିଲେ । ସମ୍ମାନିତଅତିଥି ଡ. ବାସୁଦେବ ଦାସ ଯୋଗଦେଇ କବି ଅପର୍ଣ୍ଣା ମହାନ୍ତିଙ୍କ କାବ୍ୟ ପ୍ରତିଭାର ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ତପନ ପତି ଓ ଅଧ୍ୟାପକ ମାନସ ଦାସ, କବି ବୃନ୍ଦାବନ ଦାଶ, କବି ମାତୃଦତ୍ତ ମହାନ୍ତି , ଅବନ୍ତୀ ବେହେରା, କବିତା ମୁଦୁଲି ଓ ଅଧ୍ୟାପିକା ସ୍ନିଗ୍ଧା ନାୟକ କବି ଅପର୍ଣ୍ଣାଙ୍କ କବିତା ଆବୃତ୍ତି କରିଥିଲେ । କବି କରୁଣାକର ଦାସ , କବି ଅକ୍ଷୟ ନାୟକ, କବି ଶୁଭ୍ରାଂଶୁ ଦାସ, ପ୍ରଦୀପ ଦାସ, ଭୁବନ ମୋହନ ଜେନା, ଜ୍ଞାନଦେବ ବେଉରା, କରୁଣାକର ସାହୁ, କବି ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, କବି ନୃସିଂହ ତ୍ରିପାଠୀ, ରଣଧୀର ଜେନା, କବି ରଞ୍ଜନ ବାୟୀ, ଅଜୟ ପାତ୍ର, ଅଧ୍ୟାପକ ଅମୂଲ୍ୟ ମଲ୍ଲ, ପ୍ରଭୃତି ଏହି ସଭାରେ ଉପସ୍ଥିତ ରହି କବିଙ୍କୁ ଶୁଭେଚ୍ଛ ଓ ଅଭିନନ୍ଦନ ଜଣାଇଥିଲେ । ଏହି ସଭାରେ କବି ନବଜ୍ୟୋତି ରାୟ ସଂଯୋଜନା କରିଥିଲା ବେଳେ, ଅଧ୍ୟାପକ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।