କଲେଜର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

 ରାଜକନିକା : ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ରାଜକନିକା ୫୦ ବର୍ଷରେ ପଦାର୍ପଣ କରିଛି । ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ କଲେଜ  ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଫେସର ଅଜୟ ନାଥ, ସାମାଜିକ କର୍ମୀ ସତ୍ୟରଞ୍ଜନ ନାୟକ, ସାମ୍ବାଦିକ ଅଜୟ ରାଉତ, ଶିକ୍ଷକ ନେତା ଦିଲୀପ ରାଉତ, ବିଜୟ ଭୂୟାଁଙ୍କ ସମେତ ଅନାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସୁବର୍ଣ୍ଣ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । କମିଟି ଆବାହକ ଡ. ଅଜୟ କୁଣ୍ଡଙ୍କ ପ୍ରସ୍ତାବ ଅନୁଯାଇ ସୁବର୍ଣ୍ଣ ଜୟନ୍ତୀକୁ ସରସ ସୁନ୍ଦର କରିବା ପାଇଁ ପୁରାତନ ଛାତ୍ର ଛାତ୍ରୀଙ୍କ ସମେତ କଲେଜ ସହିତ ଜଡିତ ସମସ୍ତ ଜନସାଧାରଣଙ୍କୁ ସାମିଲ କରାଇବାକୁ ପ୍ରସ୍ତାବ ରଖିଥିଲେ, ବୈଠକର ନିଷ୍ପତି କ୍ରମେ ଏହି ମାସ ୧୧ ତାରିଖରେ କଲେଜ ପରିସରରେ ଏକ ବୈଠକ ବସି ସୁବର୍ଣ୍ଣ ଜୟନ୍ତୀ ପରିଚାଳନା କମିଟି ଗଠନ କରାଯିବ । କମିଟି ଗଠନରେ ସମସ୍ତେ ସହଯୋଗ କରିବାକୁ କଲେଜ ଅଧ୍ୟକ୍ଷା ନିବେଦନ କରିଛନ୍ତି ।