କଲେଜ ସଂଘର ଆନେ୍ଦାଳନ ପ୍ରସ୍ତୁତି

 ସମ୍ବଲପୁର: ରାଜ୍ୟ ସଙ୍ଘ ଡାକରାରେ ୬୬୨ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ଆସନ୍ତା ୧୪ ତାରିଖ ଲୋୟର ପିଏମଜିରେ ହେବାକୁ ଥିବା ମହାସମାବେଶରେ ଯୋଗଦେଇ ଆନେ୍ଦାଳନରେ ସାମିଲ ହେବ । ଏ ନେଇ ସମ୍ବଲପୁର ଜିଲ୍ଲା ସଭାପତି ଅଶୋକ ପୁରୋହିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାଜ୍ୟ ସଭାପତି ଗୋଲକ ନାଏକ ଓ ରାଜ୍ୟ ସମ୍ପାଦକ ସତାବୁଦ୍ଦିନ ଅହମଦ ଏବଂ ଗଗନ ବେହୁରା ଉପସ୍ଥିତ ଥିଲେ । ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ବିନା ଚାକିରି ସର୍ତ୍ତରେ ରାଜ୍ୟର ସତୁରୀ ଭାଗ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରି ଆସୁଥିବା ଏହି ଅଧ୍ୟାପକ ଓ କର୍ମଚାରୀ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ୍ୱ ତୁଲାଇବା ସହ ସରକାରଙ୍କୁ ସହଯୋଗ କରି ଆସୁଥିବା ଚାକିରି ସର୍ତ୍ତାବଳୀ ସହ ପେନ୍ସନ୍, ପ୍ରମୋସନ ଆଦି ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି । ରାଜ୍ୟରେ ଶିକ୍ଷାର ବିକାଶ ଓ ଉନ୍ନତିକରଣର ଦ୍ୱାହି ଦେଉଥିବା ଏହି ସରକାରଙ୍କ ପୁନର୍ବାର ଦୃଷ୍ଟି ଆକର୍ଷଣ ସକାଶେ ସଂଘ ପକ୍ଷରୁ ଏହି ଆନେ୍ଦାଳନ ଆୟୋଜିତ ହେଉଛି । ଏହି ଆନେ୍ଦାଳନରେ ସମ୍ବଲପୁର ଜିଲ୍ଲାର ୨୩ କଲେଜରୁ ତିନିଶହ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମୂହ ଛୁଟି ନେଇ ଆନେ୍ଦାଳନରେ ଯୋଗଦେବେ ବୋଲି ସଭାପତି ଶ୍ରୀ ପୁରୋହିତ ଓ ଜିଲ୍ଲା ଆବାହକ ବିଶ୍ୱପତି ବେହେରା ପ୍ରକାଶ କରିଛନ୍ତି ।