ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ନାଗରିକ ଫୋରମ ପ୍ରତିନିଧି
ସମ୍ବଲପୁର : ସମ୍ବଲପୁର ବରିଷ୍ଠ ନାଗରିକ ଫୋରମ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ସହିତ ସାକ୍ଷାତ ଆଲୋଚନା କରାଯାଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ର.ଆଦିତ୍ୟ ପ୍ରସାଦ ପାଢୀ ପାଢ଼ୀ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭିମସାରକୁ ସମ୍ପୂର୍ଣ୍ଣ ସ୍ୱୟଂଶାସିତ କରିବା, ସଂସ୍ଥାନରେ ଖାଲି ଥିବା ଡାକ୍ତର ପଦବୀ ଗୁଡିକ ପୁରଣ, ଆମ୍ବୁଲାନ୍ସ ସେବା ପ୍ରଦାନ ସହିତ ଏମ୍ସ ଡାକ୍ତରଖାନା ସ୍ଥାପନ କରିବାକୁ ଦାବି କରାଯାଇଥିଲା । ସମସ୍ତ ବିଷୟରେ ମନ୍ତ୍ରୀ ଅବଗତ ହେବା ପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ଭିମସାରକୁ ସମ୍ପୁର୍ଣ୍ଣ ସ୍ୱୟଂଶାସିତ କ୍ଷମତା ପ୍ରଦାନ ଓ ଏଠାରେ ଏମ୍ସର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଥିବା ବେଳେ କେନ୍ଦ୍ର ସରକାର ଏ ସମ୍ପର୍କରେ ସୁବିଚାର କରିବେ ବୋଲି ବିଧାୟକ ଜୟ ନାରାୟଣ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ରମା ବଲ୍ଲଭ ମିଶ୍ର, ଡା. ସୁରେଶ ଚନ୍ଦ୍ର ଦାନୀ, ଡା. କବୀର ଦାଶ ପୁରୋହିତ, ଧ୍ରୁବଚରଣ ପଣ୍ଡା, ଡ. ପରେଶ ଚନ୍ଦ୍ର ଦାନୀ, ସ୍ନିଗଧା ପଣ୍ଡା, ଦିଲିପ ବଘାର, ରନôଭୂଷଣ ପୃଷେଠ, ଶ୍ୟାମସୁନ୍ଦର ଶର୍ମା, ସୁଧିର ପୂଜାରୀ, ଗୋଲକ ମିଶ୍ର, ମହେନ୍ଦ୍ର ମିଶ୍ର, ପ୍ର. ଅଶ୍ୱିନୀ ପାଢ଼ୀ, ପ୍ରଫୁଲ୍ଲ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।