କଳାକାର ବିନୋଦ ମୋହନ ସମ୍ବର୍ଦ୍ଧିତ

  ନୂଆପଡା  :ଶ୍ରୀଶୂଳ ପାଣି କଳା ସାଂସ୍କୃତିକ ପରିଷଦ ଚଳନପଡା ପକ୍ଷରୁ ସର୍ବ ଭାରତୀୟ ଆକାଶବାଣୀ ଶିଳ୍ପୀ ବିନୋଦ ମୋହନ ଚଲାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।  ଶ୍ରୀଯୁକ୍ତ ଚଲାନ ନୂଆପଡା ତଥା ପଶ୍ଚିମ ଓଡିଶାର ଜଣେ ବରିଷ୍ଠ ତବଲା ଓ ଢୋଲ ବାଦକ ଅଟନ୍ତି । ବିଗତ ୫୫ ବର୍ଷ ହେଲା କଳାକାର ଭାବରେ ଅନେକ କୀର୍ତ୍ତନ ଦଳକୁ ଶିକ୍ଷା ପ୍ରଦାନ ସହ ବିଭିନ୍ନ କଳା ସଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ହୋଇ କଳାର ପ୍ରଚାର ପ୍ରସାର କ୍ଷେତ୍ରରେ ସୁପ୍ରତିଷ୍ଠିତ ଲାଭ କରିଛନ୍ତି । ସେ ଏକା ଧାରରେ ଢୋଲ, ତବଲା, ହାରମୋନିୟମ, ଘୁମୁରା ଓ ପାରମ୍ପରିକ ବାଦ୍ୟ ଯନ୍ତ୍ର ଶିଳ୍ପୀ ଅଟନ୍ତି ।  ସେ ବିଭିନ୍ନ ସଙ୍ଗୀତର ନିଦେ୍ର୍ଦଶନା ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ଦ୍ୱାରା ସମ୍ମାନପ୍ରାପ୍ତ ପୂର୍ବକ ନିଜ ତଥା ଅଞ୍ଚଳର ଲୋକପ୍ରିୟ ଓ ଖ୍ୟାତି ଅର୍ଜନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଚଲାନ ଶ୍ରୀଶୂଳ ପାଣି କଳା ସାଂସ୍କୃତିକ ପରିଷଦରେ ନିଦେ୍ର୍ଦଶକ ଭାବରେ ଯୋଗଦାନ କରି ଯୁବ କଳାକାରମାନଙ୍କୁ ଉତ୍ସାହ କରିଛନ୍ତି । ଏହି ଅବସରରେ ପରିଷଦର ପାର୍ଥ ସାରଥି ବାଗ, କୁଳଦୀପ ପ୍ରଧାନୀ , ଅଜିତ ରାଉତ ରାୟ, ଗିରେନ୍ଦ୍ର ପୋଢ ସହିତ ପରିଷଦର କଳାକାରମାନେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ବାଗ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।