ଏନ୍ସିସି ପକ୍ଷରୁ ସାଇକଲ ରାଲି

 ପାରାଦୀପ : ଓଡିଶା ଏନ୍ସିସି ନିଦେ୍ର୍ଦଶାଳୟ ଅଧିନରେ ଥିବା ଏନ୍ସିସି କଟକ ଗ୍ରୁପ ଆନୁକୂଲ୍ୟରେ ମାର୍ଚ୍ଚ ୧୨ ତାରିଖ ଠାରୁ ଆରମ୍ଭ ହୋଇ ଥିବା ସାଇକେଲ ରାଲି ତୃତୀୟ ଦିବସରେ ପାରାଦୀପ ବନ୍ଦରଠାରେ ପଦାର୍ପଣ କରିଥିଲା । ଏହି ୨୦ ଦିନିଆ ଯାତ୍ରାର ଉଦେ୍ଦଶ୍ୟ ହେଲା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ସମଗ୍ର ରାଜ୍ୟରେ ସାମାଜିକ ସଚେତନତା ଓ ଦାୟିତ୍ୱ ବୋଧକୁ ପ୍ରସାର କରି ଏକ ସୁସ୍ଥ ସମାଜ ଓ ଦେଶ ଗଠନ କରିବା । ମେଜର ଡକ୍ଟର ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ୱରେ ଯାତ୍ରା କରୁଥିବା ଏହିଁ ସାଇକଲ ଦଳକୁ  ପାରାଦୀପ ବେଳାଭୂମି ଠାରେ ପାରାଦୀପ ମହାବିଦ୍ୟାଳୟ ଏନ୍ସିସି ଓ ମହାବିଦ୍ୟାଳୟ ଏନ୍ସିସି ଆଲୁମୁନି ଆସୋସିଏସନ୍ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି  ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପସ୍ଥିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଯୋଗ ଦେଇ ଯାତ୍ରାର ସଫଳତା କାମନା କରିଥିଲେ । ଯାତ୍ରା ଦଳକୁ ଉସôାହିତ କରିବା ପାଇଁ କ୍ୟାଡେଟମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ  କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ମହାବିଦ୍ୟାଲୟର ଏନ୍ସିସି ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର । ବନ୍ଦର ନଗରୀର ଜନସାଧାରଣ ବହୁ ସଖ୍ୟାରେ ଏହି ସଭାରେ ଯୋଗ ଦେଇଥିଲେ ।