କଳିଙ୍ଗ ଷ୍ଟାଡିୟମରେ ‘ସାଇକେଲ ସହିତ ରବିବାର’ କାର୍ଯ୍ୟକ୍ରମ

 ଭୁବନେଶ୍ୱର :  ଅଗଷ୍ଟ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସାରା ଦେଶରେ ପାଳିତ ହୋଇଛି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ଆଜି ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ, ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ "ସାଇକେଲ ସହିତ ରବିବାର’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ସମସ୍ତଙ୍କ ମଧ୍ୟରେ ଫିଟ୍ନେସ୍ ଓ ଏକତାର ବାର୍ତ୍ତା ସଂଚାର କରିବା ସହିତ ଏକ ସୁସ୍ଥ ଓ ନିରାମୟ ଜୀବନଶୈଳୀ ଯାପନ କରିବା ନିମନ୍ତେ ସମସ୍ତଙ୍କୁ ପ୍ରୋସôାହିତ କରିଥିଲେ । 
ଆଜିର କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ୍ ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ । ଜାତୀୟ କ୍ରୀଡା ଦିବସ କେବଳ ଆମ କ୍ରୀଡାବିତ୍ଙ୍କ ପାଇଁ ନୁହେଁ ବରଂ ସମସ୍ତ ଜନସାଧାରଣଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନଚର୍ଯ୍ୟା ଆପଣେବା ପାଇଁ ବାର୍ତ୍ତା ପ୍ରଦାନ କରିଥାଏ । ଆଜିର ଏହି ସାଇକେଲ ଶୋଭାଯାତ୍ର ମାଧ୍ୟମରେ ଆମେ ସମସ୍ତଙ୍କୁ ଫିଟ୍ ରହିବା ପାଇଁ ପ୍ରୋସôାହିତ କରୁଛୁ । କେବଳ ଭୁବନେଶ୍ୱରରେ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ମଧ୍ୟ ଆଜି ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଓଡ଼ିଶା ସାଇକେଲିଂ ଆସୋସିଏସନ୍ର ସଭାପତି ମିନତୀ ମହାପାତ୍ର, ହକି ପ୍ରମୋସନ କାଉନିସିଲ ଓଡ଼ିଶାର ସିଇଓ  ଦୀପଙ୍କର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା ଓ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।