କାଠ ବୋଝେଇ ମିନିଟ୍ରକ ଜବତ

 କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ମିନି ଟ୍ରକ ସହ ୭୦ଖଣ୍ଡ ପିଆଶାଳ କାଠ ପଟା ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନାଞ୍ଚକ ଅଧିକାରୀ ମାଧବ ଚନ୍ଦ୍ର ବେହେରା କହିଛନ୍ତି। ପ୍ରକାଶ ଯେ ଉକ୍ତ ବନାଞ୍ଚଳର ବୁଡ଼ାଗୁଡା ସେକ୍ସନର ପିକୁସି ଜଙ୍ଗଲରୁ ଏକ ମିନିଟ୍ରକରେ ଏହି କାଠ ଲୋଡ୍‌ ହୋଇ ବାଲିଗୁଡା ଅଭିମୁଖେ ଯାଉଥିଲା। ଏହି ସମୟରେ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବନପାଳ ମନ୍ମଥ ପରିଛା, ଦାରିଙ୍ଗବାଡି ବନପାଳ ବିଶ୍ୱଜିତ ମିଶ୍ର ବନରକ୍ଷୀ ରାହୁଲ ନାୟକ, ସମୀର ନାୟକ,ସ୍କୱା ଦଳ ମିଳିତ ଚଢ଼ାଉ କରି ମିନିଟ୍ରକଟିକୁ ଅଟକାଇଥିଲେ ଓ ସେଥିରେ ଥିବା ୭୦ଖଣ୍ଡ ପିଆଶାଳ କାଠ ପଟା ଜବତ କରିବା ସହ ମିନିଟ୍ରକର ଚାଳକ ସଞ୍ଜିତ କୁମାର ବିଶିମାଝିଙ୍କୁ ଗିରଫ କରିଥିଲେ। ଏନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା କହିଛନ୍ତି।