ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା 

 କନ୍ଧମାଳ : କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗାଁକୁ ଭଲ ରାସ୍ତା ହୋଇପାରୁନି ବର୍ଷବର୍ଷ ଧରି ଲୋକେ ରାସ୍ତା ଯନ୍ତ୍ରଣାରେ ଦିନ କାଟୁଛନ୍ତି  । ରୋଗୀ ଓ ଗର୍ଭବତୀ ମାନେ ଦଳା ଖଟିଆ କିମ୍ବା ଷ୍ଟେଚରÿରେ ବୁହା ହୋଇ ନିକଟସ୍ଥ ମୁଖ୍ୟ ରାସ୍ତାକୁ ଆସି ସେଠାରୁ ଡାକ୍ତରଖାନା ଯିବା ବ୍ୟବସ୍ଥା କରନ୍ତି । ଏଭଳିଆ ଏକ ଘଟଣା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଗୁଗୁରମାହା ପଞ୍ଚାୟତରେ ଖବର ପ୍ରକାରେ ଗୁଗୁରମାହା ପଞ୍ଚÿାୟତ ଅନ୍ତର୍ଗତ ମ୍ଳାଉଗୁଡା ଗ୍ରାମର ପାଉଲ ସାନ୍ଧି ମାଝୀଙ୍କର ଗର୍ଭବତୀ ସ୍ତ୍ରୀ ମିକିଲି ମାଇଁ ସାନ୍ଧି ମାଝୀ ବୟସ (୨୬)ପ୍ରସବ ଯନ୍ତ୍ରଣା ହୋଇଥିଲା । କୋଟଗଡ ସଦର ମହକୁମା ଠାରୁ ପ୍ରାୟ (୪୫)କିମି ଦୂର ଏବଂ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଠାରୁ ପ୍ରାୟ (୧୦)କିମି ଦୂରରେ ଥିବା ମ୍ଳାଉଗୁଡା ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଜାନ ବାହାନ ଯାଇପାରୁନାହିଁ । ତେଣୁ ଗର୍ଭବତୀଙ୍କୁ ଗ୍ରାମବାସୀ ଏକ ଷ୍ଟ୍ରେଚରରେ (ସ୍ୱାସ୍ଥ ବିଭାଗ ପକ୍ଷରୁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଲୁହା ଷ୍ଟ୍ରେଚରର ପ୍ରଦାନ କରିଛନ୍ତି )ବୋହି ବୋହି ପ୍ରାୟ  ୧୦କିମି ଦୂର ଅତିକ୍ରମ କରିଥିଲେ । ପାହାଡ଼, ପର୍ବତ ଓ ଜଙ୍ଗଲ ରାସ୍ତାରେ ଷ୍ଟ୍ରେଚରରେ ଆଣୁଥିବା ବେଳେ ଗୁଗୁରମାହା ରାସ୍ତାରେ ଗର୍ଭବତୀ ଜଙ୍ଗଲ ମଧ୍ୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା  । ଆଶା ଦିଦି ଗୀତାଞ୍ଜଳି ଦେଶୀ ନାୟକଙ୍କ ସହଯୋଗରେ କୌଣସି ପ୍ରକାର ପ୍ରସବ ହୋଇଥିଲେ । ପରେ ଉଭୟ ମାଆ ଓ ଶିଶୁ ଗୁରୁତର ହୋଇ ପଡ଼ିଥିଲେ । ଆମ୍ବୁଲାନ୍ସ ପାଇଁ ପରିବାର ଓ ଗ୍ରାମବାସୀ ଏବଂ ଆଶା ଦିଦି ସମସ୍ତ ପ୍ରକାର ଉଦ୍ୟମ କରିଥିଲେ । ମଧ୍ୟ କୌଣସି ପ୍ରକାର ଆମ୍ବୁଲାନ୍ସ ପହଁଚି  ନଥିଲା  । ତେଣୁ ପରିବାର ଲୋକେ ଏକ ଅଟୋ ଭଡା କରି ପ୍ରାୟ ୩୫ କିମି ଦୂର କୋଟଗଡ ଡାକ୍ତର ଖାନାକୁ ଆଣିଥିଲେ । ବର୍ତମାନ ଉଭୟ ମାଆ ଏବଂ ପୁଅ ସେଠାରେ  ଚିକିସôା ହେଉଛନ୍ତି । ଉଭୟ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ଗ୍ରାମବାସୀଙ୍କ ପାଇଁ ନିକଟତମ ସ୍ୱାସ୍ଥ କେନ୍ଦ୍ର ଶ୍ରୀରାମ ପୁର ହୋଇଥିଲେ ମଧ୍ୟ ସେଠାକୁ ମଧ୍ୟ ଯିବାକୁ ଗମନା ଗମନର ସୁବିଧା ନଥିବାରୁ ଗୁଗୁରମାହା ପଟେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ବର୍ଷ ବର୍ଷ ଧରି ଅଞ୍ଚଳ ବାସି ଗ୍ରାମକୁ ରାସ୍ତା ଖଣ୍ଡେ ପାଇଁ ଦାବି କରି ଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରିନି । ବିଭିନ୍ନ ସମୟରେ ଗୁରୁତର ରୋଗୀ ଓ ଗର୍ଭବତୀ ଭଗବାନଙ୍କ ଭରସାରେ ବୁହା ହୋଇ ରାସ୍ତାରେ ମୁର୍ତ୍ତୃ ବରଣ କରିଥିବାର ନଜର ରହିଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି  ।