କାର୍ଯ୍ୟରେ ଯୋଗଦେଲେ ନୂତନ ଏସଡିପିଓ
ତାଳଚେର: ତାଳଚେର ନୂତନ ଆରକ୍ଷୀ ଅଧିକ୍ଷକ (ଏସଡିପିଓ) ଭାବେ ଭରତ କୁମାର ସାହୁ ଆଜି ତାଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ସାହୁ ଏହା ପୂର୍ବରୁ କଟକ ଜିଲ୍ଳା ସିଆବି ଶିବିର ଡିଏସ୍ପି ଭାବେ ଦୀର୍ଘବର୍ଷ କାର୍ଯ୍ୟକରି ତାଙ୍କ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପାରିଥିଲେ । ସେ ଏଠାରେ ଯୋଗଦେବାପରେ ତାଳଚେରର ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଳଚେର ଅଂଚଳରେ ଚାଲିଥିବା ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ବଢ଼ି ଚାଲୁଥିବା ଅପରାଧିକ କାର୍ଯ୍ୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ସାହୁ ମତ ପ୍ରକାଶ କରିଥିଲେ ।