କାଳବୈଶାଖୀ  ତାଣ୍ଡବ, ଭଗବାନପୁର କ୍ଷତିଗ୍ରସ୍ତ 

 ବୁଗୁଡ଼ା : ବୁଗୁଡ଼ା ବ୍ଲକର ଭଗବାନପୁର ଗ୍ରାମରେ କାଳ ବୈଶାଖୀ ତାଣ୍ତବ ଯୋଗୁଁ କ୍ଷୟକ୍ଷତି ଘଟିଥିବାର ଜଣାଯାଇଛି । ଆଜି ଅପରାହ୍ନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବା ସାଙ୍ଗକୁ ପ୍ରବଳ ପବନ ବହିଥିଲା । ଫଳରେ ଗ୍ରାମର ଟୁକୁନା ପ୍ରଧାନ ଓ ବୁଲୁ ପ୍ରଧାନଙ୍କ ଘର ଛପର ଉଡିଯାଇଥିଲା । ଏଥି ସହ ପବନରେ ନଡିଆ ଗଛ ଯୁଧିଷ୍ଠିର ପ୍ରଧାନ ଓ ପ୍ରଭାକର ସାହୁ ଘର ଉପରେ ପଡି କ୍ଷତି ଘଟିଛି  । ଖବର ପାଇ ଭଗବାନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ପାଲ ଯୋଗାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି । ଏଥି ସହ ସମ୍ପୃକ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି ହେଉଛି ।