‘କିଶୋର ସ୍ୱାକ୍ଷର’ର ରୌପ୍ୟ ଜୟନ୍ତୀ
ଭଦ୍ରକ: ଭଦ୍ରକ ଜିଲ୍ଲାର ଅଗ୍ରଣୀ ଶିଶୁ କିଶୋର ସୃଜନଶୀଳ ସାହିତ୍ୟ ପତ୍ରିକା ‘କିଶୋର ସ୍ୱାକ୍ଷର’ର ୨୫ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ସମାରୋହ ଜିଲ୍ଲା ସଂସ୍କୃତି ଭବନ ଭଦ୍ରକ ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମେଳନ ଓ ସମ୍ବର୍ଦ୍ଧନା ସଭାରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟକ ଭାବେ ବିଧାୟକ ସୀତାଂଶୁ ସେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ, ଜିଲ୍ଲାପାଳ ଦିଲୀପ କୁମାର ରାଉତରାଏ, ପାରାଦ୍ୱୀପ ଫସ୍ପେଟ ଲିମିଟେଡର କମ୍ପାନୀ ବ୍ୟାପର ମୁଖ୍ୟ ସୁଧିରଞ୍ଜନ ମିଶ୍ର, ବିଶିଷ୍ଟ ପ୍ରବକ୍ତା ପଣ୍ଡିତବୀରେନ୍ଦ୍ର କୁମାର ପଣ୍ଡା, ଶିଶୁ ସାହିତି୍ୟକ ଶରତକୁମାର ନାୟକ ପ୍ରମୁଖ ଯୋଗ ଦେଇ ‘କିଶୋର ସ୍ୱାକ୍ଷର’ ଦୀର୍ଘ ୨୫ ବର୍ଷ ଧରି ନିଜ ଜନ୍ମଭୂମି ଓଡିଶା ତଥା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ପ୍ରବାସୀ ଓଡିଆ ଅଞ୍ଚଳରେ ଓଡିିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ର·ର ପ୍ରସାର କରିବା ଦିଗରେ ପ୍ରତିଷ୍ଠାତା ସମ୍ପାଦକ ଶଶଧର ମହନୀଙ୍କ ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ । ବନେ୍ଦ ଉକôଳ ଜନନୀ ଗାନ ପରେ ଶିକ୍ଷକ ନିର୍ମଳ କୁମାର ମିଶ୍ର ବେଦ ପାଠ କରିଥିଲେ । କୁନିକୁନି ବାଳିକା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଓ ସମ୍ପାଦକ ଶଶଧର ମହନୀ ୨୫ ବର୍ଷର ସଂକ୍ଷିପ୍ତ ଇତିହାସ ପଠନ କରିଥିଲେ । ଦୀର୍ଘ ବର୍ଷ ଧରି ପତ୍ରିକା ସହିତ ଜଡିତ ସାରାରାଜ୍ୟରୁ ସାରସ୍ୱତ ସାଧକ ମଧ୍ୟରୁ ଖୋର୍ଦ୍ଧାରୁ ସେବତୀ ପରିଡା, କଟକରୁ ଜଫର ଅକ୍ବରୀ, ଭଦ୍ରକରୁ ନାରାୟଣ ଚନ୍ଦ୍ର ଲେଙ୍କା, ଚତୁର୍ଭୁଜ ପହି, ନୀରବକୁମାର ଦାସ, ମାନସକୁମାର ସାହୁ, ଡଃ ଜୟନ୍ତୀ କରଶର୍ମା,ସୁକାନ୍ତ କୁମାର ବେହେରା, ଡ଼ଃ ମନୀନ୍ଦ୍ର ମହାନ୍ତି, ତୁଳସୀ ମଞ୍ଜରୀ ନାୟକ, ନିତ୍ୟାନନ୍ଦ ପାଣିଗ୍ରାହୀ, ଶ୍ରୀକାନ୍ତ ପତି, ଜଗନ୍ନାଥ ମଲ୍ଲିକ, ଝରଣା ମଲ୍ଲିକଙ୍କ ସମେତ ପାରାଦ୍ୱୀପ ଫସ୍ପେଟ ଲିମିଟେଡର ମୁଖ୍ୟ ସୁଧିରଞନ ମିଶ୍ର ପ୍ରମୁଖଙ୍କୁ ‘କିଶୋର ସ୍ୱାକ୍ଷର’ ରୌପ୍ୟଜୟନ୍ତୀ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶଶଧର ମହନୀଙ୍କର ବୟସ ଆଧିକ୍ୟ ଯୋଗୁ ସେ ଉତ୍ତରପିଢ଼ୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସଭାପତି ଭାବେ ରଣଜିତ୍ କୁମାର ଶୁକ୍ଳ ଓ ସମ୍ପାଦକ ଭାବେ ସାଇସତ୍ୟ ମହନୀ ମନୋନୀତ ହୋଇଥିଲେ । କିଶୋର ସ୍ୱାକ୍ଷର କର୍ମକର୍ତ୍ତାମାନଙ୍କ ମଧ୍ୟରେ ହେମନ୍ତ କୁମାର ସିଂହ, ଦୀପିକାରାଣୀ ଶୁକ୍ଳ, ମାନସ କୁମାର ସାହୁ, ନମିତା ଶୁକ୍ଳ, ଗୌତ୍ତମ ମହାରଣା ଓ ତପନ କୁମାର ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କବି ଶ୍ରୀକାନ୍ତ ପତି ଧନ୍ୟବାଦ ଅର୍ପଣ କରିଥିଲେ ।