ହିନ୍ଦୁଙ୍କ ସୁରକ୍ଷା ଓ ଭାରତରୁ ବାଂଲାଦେଶୀ ଉଚ୍ଛେଦ ଦାବି 

ହିନ୍ଦୁଙ୍କ ସୁରକ୍ଷା ଓ ଭାରତରୁ ବାଂଲାଦେଶୀ ଉଚ୍ଛେଦ ଦାବି 

ଭଦ୍ରକ : ବାରମ୍ବାର ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିବା ବେଳେ ସବୁ ସୀମା ଲଂଘି ଜନୈକ ହିନ୍ଦୁ ଗରିବ ଯୁବକକୁ ହତ୍ୟା କରି ଜାଳି ଦିଆ ଯାଇଛି । ଯାହା ନେଇ ସମଗ୍ର ଭାରତ ସହିତ ଅନ୍ୟାନ୍ୟ ଦେଶରେ ବାଂଲାଦେଶକୁ ଘୋର ନିନ୍ଦା କରାଯାଇଛି । ବାଂଲାଦେଶ ଭାଲୁକା ଅଞ୍ଚଳରେ ଜଣେ ଶ୍ରମିକ ଦିପୁ ଚନ୍ଦ୍ର ଦାସଙ୍କୁ ହିନ୍ଦୁ ହୋଇଥିବାରୁ ଜବର ଦସ୍ତ ଧର୍ମ ପରିବର୍ତ୍ତନ କଥା ନେଇ ଶେଷରେ ସ୍ପଷ୍ଟ ଦିବାଲୋକରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରି ଗଛରେ ଟାଙ୍ଗୀ ନିଆଁରେ ଜଳେଇ ସାମାଜିକ ଗଣ ମାଧ୍ୟମରେ ଛାଡ଼ି ଏଭଳି ହିନ୍ଦୁଙ୍କ ଅବସ୍ଥା ହେବ କହିବା ଏକ ଅଣ ସାମ୍ବିଧାନିକ ରାଷ୍ଟ୍ରର ପରିଚୟ ଦେଇଛନ୍ତି । ରାଷ୍ଟ୍ର ମୁଖ୍ୟ ପ୍ରଶାସକ ମହମଦ ୟୁନୁଷଙ୍କ ଶାସନରେ ସେଠାରେ ପୁଲିସ ଥାଇ ମଧ୍ୟ ଜିହାଦୀଙ୍କୁ ଦେଇ ହତ୍ୟା କରାଇବା ଘଟଣାରୁ ସ୍ୱଷ୍ଟ ଭାବେ ଗଣ ମାଧ୍ୟମରେ ଏହା ସର୍ବଜ୍ଞାତରେ କରା ଯାଇଥିଲା ବୋଲି କୁହାଯାଉଛି । ଏ ନେଇ ଭାରତ ସରକାର ମଧ୍ୟ ଆକ୍ସନ ମୁଡ଼ ଆସିଥିଲେ ମଧ୍ୟ ତୁରନ୍ତ ହିନ୍ଦୁ ସୁରକ୍ଷା ଏବଂ ବାଂଲାଦେଶ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି । ଏହାଛଡ଼ା ବ୍ୟବସାୟ ଆଳରେ ଆସି ଦେଶ ର ବିଭିନ୍ନ ରାଜ୍ୟରେ ସମ୍ପର୍କ ରେ ରହି ଅନେକ କିଛି ବେଆଇନ କାର୍ଯ୍ୟ ରେ ଲିପ୍ତ ରହି ଅସାମାଜିକତା ସୃଷ୍ଟି କରୁଛନ୍ତି । ତାପରେ ଭାରତ ଛାଡ଼ି ପଳାଉଛନ୍ତି, ଚୋରି ଡକାୟତି ଲଭ ଜିହାଦ ଜମି ଦଲାଲି ଭଳିଆ କାର୍ଯ୍ୟରେ ନିୟୋଜିତ ହୋଇ ଚାଲିଛନ୍ତି । ଭଦ୍ରକରେ ରହୁଥିବା ବହୁ ବାସିନ୍ଦାଙ୍କ ମୋଟା ଅର୍ଥ ଦେଇ ରହିବା ସହିତ ବେପାର କରିବା ଆଳରେ ଦେଶ ବିରୋଧୀ ତତ୍ୱ ଅନୁସନ୍ଧାନ କରୁଛନ୍ତି । ସଂଘ ପକ୍ଷରୁ ଜ୍ଞାନ ପ୍ରକାଶ ପାଣି, ରବୀନ୍ଦ୍ର ସାହୁ ଓ ଆଶିଷ ବାରିକଙ୍କ ନେତୃତ୍ୱରେ  ଅଶ୍ୱିନୀ ପାଢ଼ୀ, ଜୟ ପ୍ରକାଶ ଦାସ, ଟୁକୁନା ସ୍ୱାଇଁ,ମାନସ ପଣ୍ଡା, ଜୟ ଜଗନ୍ନାଥ ମଲିକ, ପ୍ରମୋଦ କୁମାର ଦାସ, ସଞ୍ଜୟ ଦାସ ପ୍ରମୁଖ ଶତାଧିକ ସଦସ୍ୟ ସାମିଲ ହୋଇ ୟୁନୁଷଙ୍କ ଫଟୋକୁ ନିଆଁ ଲଗାଇ ଜାଳିଥିଲେ ।