କୁକର୍ମ ଅଭିଯୁକ୍ତକୁ ୭ବର୍ଷ ଜେଲ

 ଯାଜପୁର ଟାଉନ: ଜନୈକା ନାବାଳିକାକୁ ବିବାହ ପ୍ରତିଶୃତି ଦେଇ କୁକର୍ମ କରିବା ଘଟଣାରେ ୭ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଘଟଣାରୁ ପ୍ରକାଶ, ଯାଜପୁର ଜିଲ୍ଲା କାଳିଆ ଅନ୍ତର୍ଗତ ଓସ୍ତପାଳ ଗ୍ରାମର ସନାତନ ବେହେରା ଜଣେ ୧୭ବର୍ଷିୟା ନାବାଳିକାକୁ ଏକତରଫା ପ୍ରେମ ନିବେଦନ କରିଆସୁଥିଲେ । ଏହାକୁ ନାବାଳିକା ବାରମ୍ବାର ପ୍ରତ୍ୟାଖ୍ୟାନ କରିବାରୁ ସନାତନ କୌଣସି ଉପାୟରେ ତାଙ୍କୁ ବିବାହ ପ୍ରତିଶୃତି ଦେଇ ବାରମ୍ବାର ବଳାକôାର କରିଆସୁଥିଲେ । ନାବାଳିକାକୁ ଅନ୍ତସତ୍ୱା କରାଇ ଭୃଣହତ୍ୟା କରାଇଥିଲା । ନାବାଳିକା ଜଣକ ବିବାହ ପାଇଁ ଜିଦ୍ ଧରିବାରୁ  ୨୦୨୨ ମସିହା ମାର୍ଚ୍ଚ ମାସ ୭ତାରିଖ କାମାକ୍ଷାନଗର କୋର୍ଟକୁ ବିବାହ ପାଇଁ ଡ଼ାକିଥିଲା । ସେଠାରେ ନାବାଳିକା ପହଁଚି ଥିଲେ ମଧ୍ୟ ସନାତନ  ଆସିନଥିଲା । ନାବାଳିକା ଜଣକ ସନାତନ ଘରକୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ ମଧ୍ୟ ସନାତନର ପରିବାର ଲୋକ ଅଜାତି ହୋଇଥିବାରୁ ତୁମ ସହିତ ବିବାହ ଘର ହୋଇପାରିବ ନାହିଁ ବୋଲି ସିଧାସଳଖ କହିଥିଲେ । ସେଠାରୁ ନାବାଳିକା ଜଣକ ପଳାଇ ଆସି ତା’ର ପରିବାର ପାଖରେ ସମସ୍ତ ବିଷୟ ବର୍ଣ୍ଣନା କରିବାରୁ ବାପା କାଳିଆପାଣି ଥାନାରେ ଅଭିଯୋଗ କରିବା ପରେ ପୁଲିସ ୮୭/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ସନାତନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ମାମଲାର ଚୁଡାନ୍ତ ଶୁଣାଣି କରି ଯାଜପୁର ଆଡ୍ହକ୍ ତଥା ପୋକ୍ସୋ ବି·ରପତି ଶରତ କୁମାର ଦେହୁରି ୧୦ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତିକରି ଅଭିଯୁକ୍ତ ସନାତନକୁ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା କରି ଏକ ରାୟ ପ୍ରକାଶ କରିଛନ୍ତି । ଜରିମାନା ଅର୍ଥ ଅନାଦେୟରେ ଅଧିକ ୧ମାସ ଜେଲ ଦଣ୍ଡ ଭୋଗିବ ବୋଲି ରାୟରେ ପ୍ରକାଶିତ ହୋଇଛି । ଜିଲ୍ଳା ଆଇନ୍ ସେବା ପ୍ରାଧିକରଣ ୭ ଲକ୍ଷ ଟଙ୍କା ପୀଡିତାକୁ ସହାୟତା ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସୁ୍ୟକୁଟର ପାର୍ଥ ରାୟ ପରିଚାଳନା କରୁୂଥିଲେ ।