କୁଟୀର ଶିଳ୍ପ ପ୍ରଦର୍ଶନୀ ମେଳା

 ପଟ୍ଟାମୁଣ୍ଡାଇ : ଓଡିଶା ସରକାର ମହିଳା ଯୁବକମାନଙ୍କୁ ସଶକ୍ତ କରିବା ପାଇଁ କୁଟୀର ଶିଳ୍ପ ଓ ମଧ୍ୟମ ଶିଳ୍ପ ମାଧ୍ୟମରେ ରୋଜଗାର କ୍ଷମ କରିବା ଉପରେ ଗୁରୁତ୍ୱ ଦେବା ସହିତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ତଦନୁଯାୟୀ ଆକ୍ସନ ଏଡ଼, ମୁକୁଳ ମହାଦେବ ଫାଉଣ୍ଡେସନ ଓ ଫିନୋଲେକ୍ସ ଇଣ୍ଡଷ୍ଟ୍ରି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ଠାରେ ମହିଳା ଓ ଯୁବକ ମାନଙ୍କ ସଶକ୍ତ ହେବାର ସ୍ୱପ୍ନକୁ ସାକାର କରିବା  ଓ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ଇଁ ଏକ କୁଟୀର ଶିଳ୍ପ ମେଳା ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀ ଓ ମେଳାକୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ଉଦଘାଟନ କରି ମହିଳା ଓ ଯୁବକମାନେ ବିଭିନ୍ନ କ୍ଷେତ୍ରରେ ସଶକ୍ତ ହୋଇ ଉପାର୍ଜନକ୍ଷମ ହୋଇପାରିଲେ ଏକ ବିକଶିତ ସମାଜ, ସମୃଦ୍ଧ ରାଜ୍ୟ ଓ ଦେଶ ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ଡାମରପୁର ସରପଞ୍ଚ ପ୍ରତିନିଧି ବସନ୍ତ ନାଥ, ସମିତି ସଭ୍ୟା ନିରୁପମା ସାହୁ, ପୂର୍ବତନ ସରପଞ୍ଚ ନୃସିଂହ ସାହୁ, ଦେବବ୍ରତ ପାତ୍ର ଓ ପ୍ରୋଗ୍ରାମ ଲିଡର ଶୁଭେନ୍ଦୁ ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।