ବାରହା ଆକ୍ରମଣରେ ଜଣେ ମୃତ, ୪ ଗୁରୁତର
ଦେବଗଡ଼: ତିଲେଇବଣି ବ୍ଲକ ଲଇମୁରା ଫରେଷ୍ଟ ସେକ୍ସନ ସର୍ଗୀଡିହି (ପାଣିଭଣ୍ଡାର) ଗ୍ରାମରେ ଆଜି ବାରହା ଆକ୍ରମଣରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଚିକିସôାରେ ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଗୁରୁତର ଆହତ ଥିବା ତୁଳାରାମ କାଲୋ, ବୟସ ୪୯, ପ୍ରାଣ ହରାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଜି ମଧ୍ୟାହ୍ନ ସମୟରେ ଏକ ଜଙ୍ଗଲୀ ବାରହା ସର୍ଗୀଡିହି ଗ୍ରାମ ଭିତରକୁ ପଶି ଆସିଥିବା ବେଳେ ଜଣେ ପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ଚାଲିଥିଲା । ଫଳରେ ଉକ୍ତ ଗ୍ରାମର ତୁଳାରାମ କାଲୋ, ବୟସ ୪୯, ଦୁର୍ଯ୍ୟୋଧନ ରଣା, ଗୌରୀ ପାତ୍ର, ବୟସ ୪୫, ରାଜେଶ ମୁଣ୍ଡା ବୟସ ୪୦, ବୁଟା ଠାକୁର, ବୟସ ୫୫ ଗୁରୁତର ଆହତ ହୋଇଥିଲେ । ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରଥମେ ଲଇମୁରା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତୁଳାରାମଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିସôାଳୟ ଏବଂ ଅନ୍ୟମାନଙ୍କୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଡାକ୍ତରଖାନା ସମେତ ଅନ୍ୟ ଡାକ୍ତରଖାନାକୁ ଚିକିସôା ପାଇଁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗୁରୁତର ଆହତ ଥିବା ବ୍ୟକ୍ତିଙ୍କର ଚିକିସôା ପାଇଁ ସାଙ୍ଗରେ ବନବିଭାଗର ଜଣେ ହେଲେ କର୍ମଚାରୀ ଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଡାକ୍ତରଖାନାରେ ଚିକିସôାରେ ଅବହେଳା ଯୋଗୁଁ ତୁଳାରାମଙ୍କ ମୃତୁ୍ୟ ଘଟିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ବାରହା ଆକ୍ରମଣ ଖବର ପାଇବା ପରେ ଲଇମୁରା ଫରେଷ୍ଟରଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଂଚି ବାରହାର ଗତିବିଧି ଉପରେ ନଜର ରଖିବା ସହ ପ୍ରାଥମିକ ତଦନ୍ତ ଆରମ୍ବ କରିଛନ୍ତି । ମୃତକଙ୍କ ପରିବାରରେ କେବଳ ତାଙ୍କ ସ୍ତ୍ରୀ ଥିବା ବେଳେ ଅତି ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଦାବି ହେଉଛି ।