କୁଟ୍ରା ଛୁଆ ଉଦ୍ଧାର
ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟ୍ରା ଉଦ୍ଧାର କରିଛିନ୍ତି । ଭରୁଆମୁଣ୍ଡା ଗାଁର ଜଣେ ବ୍ୟକ୍ତି ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡକୁ ଛେଳି ଚରାଇବାକୁ ଯାଇଥିଲେ । ଫେରିଲା ବେଳେ, ଏକ ବନ୍ୟ ପ୍ରାଣୀ କୁଟୁରା, ଛେଳି ସହ ମିଶି ଘରକୁ ଚାଲି ଆସିଥିଲା । ସୂଚନା ପାଇ କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧର ମାଝୀଙ୍କ ପାଖରୁ କୁଟୁରାକୁ ଉଦ୍ଧାର କରିଛନ୍ତି । ବନ ବିଭାଗ ପକ୍ଷରୁ ଉଦ୍ଧାର କୁଟ୍ରା ଡାକ୍ତରୀ ଚିକିତ୍ସାକରି ଯନô ନେଉଛି । ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡା ଯିବ ବୋଲି ରେଞ୍ଜର ଦେବଦତ୍ତ ସୁତାର ଜଣାଇଛନ୍ତି । ଏବେ ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ ଯନô ନେଉଛନ୍ତି । ୱାଇଲଡ ଲାଇଫ ୱାଡେନ୍ ନୂଆପଡ଼ା ଜିଲ୍ଲା ମାୟାଧର ସରାଫ କୋମନା ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କୁଟ୍ରାର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ।