ଦେଶୀ ବନ୍ଧୁକ ଓ ଧନୁତୀର ଜବତ, ୧ ଗିରଫ
ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ଗାଁ ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ହୋଇଥିବା ବେଳେ , ଜଣେ ଗିରଫ କରି କୋର୍ଟ ଚାଲାଣ । କୋମନା ପୋଲିସ ଠାରୁ ମିଳିଥିବା ସୁଚନା ଅନୁସାରେ ଗତ ରାତିରେ ଦେଓଦରା ଗାଁ ରେ ଗଣେଶ ପୂଜା ଉପଲକ୍ଷେ ସଂକୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ବୋଡେନ ଥାନା ଅଧିନସ୍ଥ ଭୂଇପାଣି ଗାଁର ନରେଶ ପହଁରିଆ ୬୫ ଦେଓଦର ଗାଁ କୁ ଅସି ଗାଁର ମଦନ ମୋହନ ଦୀପ କୁ ଜୀବନରେ ମାରିଦେବାକୁ ଧମକ ଦେଇ ଗାଳି ଗୁରଜ କରୁଥିଲା । ଗ୍ରାମବାସୀ ଭୟଭୀତ ହୋଇଥିଲେ । କୋମନା ପୋଲିସ କୁ ଖବର ଦେଇଥିଲେ । କୋମନା ଥାନା ଏସ୍ଆଇ କୁଳମଣି ଗୁର୍ଦା ସହ ପୋଲିସ ଟିମ ଦେଓଦରା ଗାଁ ରେ ପହଂଚି ନରେଶ ପହଁରିଆକୁ ଧରିବା ସହ ଅଭିଯୁକ୍ତଙ୍କ ଠାରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ କରି ଅଭିଯୁକ୍ତକୁ କୋଟ ଚାଲାଣ କରିଥିବା ଏସ୍ଆଇ ଶ୍ରୀ ଗୁର୍ଦା ସୂଚନା ଦେଇଥିଲେ ।