କୁଣ୍ଡି ନଦୀ ସଫେଇ କଲେ ହିମାଂଶୁ
ସାଲେପୁର : ସାଲେପୁର ବ୍ଲକ୍ ବାସୁଦେବପୁର ଗ୍ରାମରେ ଥିବା ମାଳିକା ପ୍ରସିଦ୍ଧ ଭୀଷ୍ମକୁଣ୍ଡି ନଗ୍ରର କୁଣ୍ଡି ନଦୀରୁ ଦଳ ସଫେଇ କରିଛନ୍ତି ଯୁବନେତା ହିମାଂଶୁ ମହାନ୍ତି । ମାଳିକା ବର୍ଣ୍ଣିତ ମା’ରୁକ୍ମଣୀଙ୍କ ନଗ୍ରୀ କୁଣ୍ଡି ନଗ୍ର ହୋଇଥିବାରୁ ଆସନ୍ତା ୬ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ରୁକ୍ମଣୀ ବିବାହ ଉତ୍ସବ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହି ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଟାଙ୍ଗୀ-ସାଲେପୁର ବିଜେପି ନେତା ହିମାଂଶୁ ମହାନ୍ତି ସାଧାରଣ ଲୋକଙ୍କ ସହ ମିଶି କୁଣ୍ଡି ନଦୀରୁ ଦଳ ସଫେଇ କରିବା ସହ ମା’କନକଦୁର୍ଗାଙ୍କର ମନ୍ଦିରର ବିକାଶ ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି ।