କୁଲଣା ଓ ଯଶୋଟିକିରି ହାଇସ୍କୁଲରେ ଖୋଲିବ +୨ ପାଠ୍ୟକ୍ରମ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ବିଶୋଳ-କୁଲଣା ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ଓ ଯଶୋଟିକିରି ସୁବର୍ଣ୍ଣର୍ମୁଖି ଉଚ୍ଚ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ(+୨ ପାଠ୍ୟକ୍ରମ) ଶିକ୍ଷାଦାନ ହେବ । ଏଥିପାଇଁ ଏହି ଦୁଇ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି । ବିଶୋଳ-କୁଲଣା ମୈତ୍ରୀ ଉଚ୍ଚ ବିଦ୍ୟାପୀଠରେ କଳା(ଷ୍ଟ୍ରିମ)ରେ ଶିକ୍ଷାଦାନ କରାଯିବା ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ଯଶୋଟିକିରି ସୁବର୍ଣ୍ଣର୍ମୁଖି ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ(ଷ୍ଟି୍ରମ)ରେ ଶିକ୍ଷାଦାନ କରାଯିବ । ଭଦ୍ରକ ଜିଲ୍ଲାର ମୋଟ ୯ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଭଣ୍ଡାରିପୋଖରୀ ବ୍ଲକରେ ଏହି ଦୁଇଟି ଉଚ୍ଚ ବିଦ୍ୟାଳୟ ଅନ୍ତର୍ଭୁକ୍ତ ହୋଇଛନ୍ତି ।