କୃଷିକ ସଚେତନତା କର୍ମଶାଳା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ଓ ଏ.ଡି.ଆଇ. ସଂସ୍ଥାର ମିଳିତ ଆନୁକୂଲ୍ୟରେ କୃଷକ ସଚେତନତା କର୍ମଶାଳା ମଙ୍ଗଳବାର କୁମ୍ଭାରିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଅନ୍ତର୍ଗତ ଧାନ ପରବର୍ତ୍ତି ପତିତ ଜମିରେ ଡାଲି ଜାତୀୟ ଫସଲ ଚାଷ ଶିର୍ଷକ ସଚେତନତା ସଭାରେ ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀଧର ଦାସ, ବ୍ଲକ କୃଷି ଅଧିକାରିଣୀ ସୁଦିପ୍ତା ପଣ୍ଡା, ସହକାରୀ ବ୍ଲକ କୃଷି ଅଧିକାରୀ ସଞ୍ଜିବ ମଲ୍ଲିକ, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୋଦ କୁମାର ନାୟକ, ସମ୍ବଳ ବ୍ୟକ୍ତି ଧର୍ମେନ୍ଦ୍ର ନାୟକ, ଏ.ଡି.ଆଇ. ସଂସ୍ଥା ସ୍ଥାନୀୟ ବ୍ଲକ ସଂଯୋଜକ ଦିବାକର ସାହୁ ପ୍ରମୁଖ ଯୋଗଦେଇ ବିରି, ମୁଗ ଭଳି ଡାଲି ଜାତୀୟ ଚାଷ ନିମନ୍ତେ ଜମି ପ୍ରସ୍ତୁତି, ରୋଗ, ପୋକ ପରିଚାଳନା ଓ ଏଥିପାଇଁ ଉପଲବ୍ଧ ସରକାରୀ ସୁବିଧା ଓ ପ୍ରେସôାହନ ଆଦି ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଇଥିଲେ । କୃଷକମାନେ ଡାଲି ଜାତୀୟ ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ପ୍ରବର୍ତ୍ତାଇଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
